ସର୍ବ ଭାରତୀୟ ପ୍ରଶାସନିକ ପରୀକ୍ଷା ୨୦୧୮: ମୁମ୍ବାଇର ସ୍ନାତକ କନିଷ୍କ କଟାରିଆ ଶୀର୍ଷ ସ୍ଥାନ

Spread the love

ଭୁବନେଶ୍ୱ,ର ୭/୪ (ସନ୍ଧାନ ନିୟୁଜ) ସର୍ବ ଭାରତୀୟ ପ୍ରଶାସନିକ ପରୀକ୍ଷା ୨୦୧୮ର ଫଳାଫଳ ଗତକାଲି ପ୍ରକାଶ ପାଇଛି। ଏଥିରେ ଆଇଆଇଟି ମୁମ୍ବାଇର ସ୍ନାତକ କନିଷ୍କ କଟାରିଆ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସେହିଭଳି ଓଡ଼ିଶାର କିଛି ପରୀକ୍ଷାର୍ଥୀ ମଧ୍ୟ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଉପାସନା ମହାପାତ୍ର। ସେ ୧୧୯ତମ ସ୍ଥାନ ହାସଲ କରିଛନ୍ତି।

ଉପାସନା ହେଉଛନ୍ତି ବରିଷ୍ଠ ସାମ୍ବାଦିକ ଅଶୋକ ମହାପାତ୍ରଙ୍କ ଝିଅ। ତାଙ୍କ ମା’ ସଂଯୁକ୍ତା ମହାପାତ୍ର ଜଣେ ଶିକ୍ଷୟିତ୍ରୀ। ଉପାସନା ଭୁବନେଶ୍ୱରର ଝିଅ। ସେ ଭୁବନେଶ୍ୱର ସ୍ଥିତ ଲୟଲା ସ୍କୁଲ୍‌ରୁ ୯୬% ନମ୍ବର ରଖି ଦଶମ ପାସ୍ କରିଥିଲେ। ସେ ତାଙ୍କ ସ୍କୁଲ୍‌ରେ ଦ୍ୱିତୀୟ ହୋଇଥିଲେ।

ଭୁବନେଶ୍ୱର ସ୍ଥିତ ୟୁନିଟ୍-୮ ଡିଏଭିରୁ ଯୁକ୍ତ ଦୁଇ ପାସ୍ କରିବା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍‌ରେ ନାମ ଲେଖାଇଥିଲେ। ସେଠାରୁ ସେ ପଦାର୍ଥ ବିଜ୍ଞାନରେ ୯୧.୩% ନମ୍ବର ରଖି ସ୍ନାତକ ଡିଗ୍ରୀ ହାସଲ କରିବା ସଙ୍ଗେସଙ୍ଗେ ତାଙ୍କ କଲେଜରେ ଟପ୍ପରଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।

Related Posts

About The Author

Add Comment