ସର୍ବଭାରତୀୟ ଟେନିସବଲ କ୍ରିକେଟ ଖେଳିବେ ଯାଜପୁରର ସନ୍ତୋଷ, ବିଭିନ୍ନ ଅନୁଷ୍ଠାନ ଜଣାଇଲେ ଶୁଭେଚ୍ଛା
ସର୍ବଭାରତୀୟ ଟେନିସବଲ କ୍ରିକେଟ ଖେଳିବେ ଯାଜପୁରର ସନ୍ତୋଷ, ବିଭିନ୍ନ ଅନୁଷ୍ଠାନ ଜଣାଇଲେ ଶୁଭେଚ୍ଛା
Manas Kumar Rout |
May 15, 2019 |
ରସୁଲପୁର ୧୫/୦୫ (ସନ୍ଧାନ ନିୟୁଜ/ଜେ ତ୍ରୀପାଠୀ) ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଂଚାୟତ ଅର୍ନ୍ତଗତ ରଥଶାସନ ଗ୍ରାମର ସନ୍ତୋଷ କୁମାର ଜେନା (୨୮) ଟେନିସ କ୍ରିକେଟ ଆସୋସିଏସନ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ୪ର୍ଥ ସର୍ବଭାରତୀୟ ଟେନିସବଲ କ୍ରିକେଟ (ସିନିିୟର ବର୍ଗ)-୨୦୧୯ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ୨୩ ମଇ ଠାରୁ ୨୭ ମଇ ପର୍ଯ୍ୟନ୍ତ ଗୋଆର କାମପାଲ ଗ୍ରାଉଣ୍ଡ , ପାଣଜିମ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ଉଦୀୟମାନ ଯୁବ ପ୍ରତିଭା ଅଂଶଗ୍ରହଣ କରୁଛନ୍ତି । ଭୂବନେଶ୍ୱର ନହରକଣ୍ଟା ସ୍ଥିତ ଜୟଦେବ କଲେଜ ପଡିଆରେ ଅନୁଷ୍ଠିତ ୪ର୍ଥ ବରିଷ୍ଠ ଖେଳାଳୀ ଚୟନ ପ୍ରକ୍ରିୟାରେ ସେ କ୍ଷେତ୍ରରକ୍ଷଣ(ୱିକେଟ କିପର ) ବିଭାଗରେ ଉକୃଷ୍ଟ ପ୍ରଦର୍ଶନ କରିଥିଲେ । ଯାଜପୁର ଜିଲ୍ଲା ଟେନିସବଲ କ୍ରିକେଟ ଆସୋସିଏସନ ତରଫରୁ ତାଙ୍କୁ ଏହି ସୂଚନା ପ୍ରଦାନ କରାଯିବା ପରେ ତାଙ୍କ ଗ୍ରାମ ତଥା ଲକ୍ଷ୍ମୀନଗର ପଂଚାୟତରେ ଆନନ୍ଦର ଲହରୀ ଖେଳିଯାଇଛି । ଲକ୍ଷ୍ମୀନଗର ପଂଚାୟତ ତଥା ଜିଲ୍ଲାର ବଭିନ୍ନ କ୍ରୀଡା ଅନୁଷ୍ଠାନ ତରଫରୁ ସନ୍ତୋଷଙ୍କୁ ଅଭିନନ୍ଦନ ଏବଂ ଶୁଭେଛାର ସୁଅ ଛୁଟିଚାଲିଛି । ଲକ୍ଷ୍ମୀନଗର ପଂଚାୟତ ଅର୍ନ୍ତଗତ ରଥଶାସନ ଗ୍ରାମର ଶ୍ରୀ ଅନାଦି ଜେନା ଏବଂ ଶ୍ରୀମତୀ ଶାନ୍ତିଲତା ଜେନାଙ୍କ ସୁପୁତ୍ର ସନ୍ତୋଷ ବର୍ତମାନ ଆଂଚଳିକ ହିଙ୍ଗୁଳା ଯୁବ ପରିଷଦ ଦ୍ୱାରା ପରିଚାଳିତ ମା ହିଙ୍ଗୁଳା ଟାଇଗର କ୍ରିକେଟ କ୍ଳବର ଅଧିନାୟକ ଭାର ନିର୍ବାହ କରୁଛନ୍ତି । ଏହି କ୍ଳବର ଅନ୍ୟ ଦୁଇ ଉଦୀୟମାନ ଯୁବ ପ୍ରତିଭା ଶିବପ୍ରସାଦ ମହାନ୍ତି ଏବଂ ସୂର୍ଯ୍ୟପ୍ରକାଶ ବଳ ମଧ୍ୟ ଏହି ୪ର୍ଥ ସର୍ବଭାରତୀୟ ଟେନିସ କ୍ରିକେଟ ଖେଳାଳୀ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ । ଆଂଚଳିକ ହିଙ୍ଗୁଳା ଯୁବ ପରିଷଦ ତରଫରୁ ଅଂଜନ ସାମଲ, ସଂଜୟ ପ୍ରଧାନ,ରମାକାନ୍ତ ବେହେରା,ହୃଷିକେଶ ମହଲା ,ସତ୍ୟାନନ୍ଦ ସାହୁ , ପ୍ରମୁଖ ସନ୍ତୋଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।
Related Posts
About The Author