ସରୁକୋଇ ଘାଟିରେ ସ୍କୁଟି ଦୁର୍ଘଟଣା, ଜଣେ ମୃତ

Spread the love

କନ୍ଧମାଳ,19/10(ସନ୍ଧାନ ନ୍ୟୁଜ୍) :- କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳର ସରୁକୋଇ ଘାଟିରେ ଗୋଟିଏ ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ସେଠାରେ ଲୋକଙ୍କ ସହାୟତାରେ ଫୁଲବାଣୀ ୧୦୮ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବାପରେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ମଳିଥିବା ସୂଚନା ଅନୁସାରେ ଅପରାହ୍ନ  ପ୍ରାୟ ୨ଟା ସମୟରେ ଫିରିଙ୍ଗିଆ ସରୁକୋଇ ଗ୍ରାମର ଚିତ୍ରସେନ ମଲ୍ଲିକ ଏବଂ ତାଙ୍କର ମଉଷା ନାରାୟଣ କହଁର(୬୦) କୌଣସି କାମରେ ଏକ ସ୍କୁଟି (ଓଡି-୧୨-ଏ,୩୬୬୮) ରେ ଫିରିଙ୍ଗିଆ ଯାଉଥିବାବେଳେ ସରୁକୋଇ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଫଳରେ ସେଠାରେ ଉଭୟେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆମ୍ବୁଲାନ୍ସକୁ ଡାକିବା ସହିତ ସେମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଫୁଲବାଣୀରେ ପହଞ୍ଚିବା ପରେ ଡାକ୍ତର ନାରାୟଣଙ୍କୁ ମୃତ ଘୋଷିତ କରିଥିଲେ। ତେବେ ମୃତ ନାରୟଣ ଜଣେ ଚାଷି ହୋଇଥିବା ବେଳେ ଫିରିଙ୍ଗିଆରେ ଏକ ସେବାଶ୍ରମରେ ଚତୁର୍ଥ ଶେଣ୍ରୀ କର୍ମଚାରୀ ଭାବରେ ଚିତ୍ରସେନ ମଲ୍ଲିକ ଚାକିରି କରୁଥିବା ଜଣାପଡିଛି। ଖବର ପାଇ ଫିରିଙ୍ଗିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ୮୬/୨୦ ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାସୁନ୍ଦର ରାଓଙ୍କ ସୁତ୍ରରୁ ଜଣାପଡିଛି।

Related Posts

About The Author

Add Comment