ଯାଜପୁର ସଦର, ୨୯ା୦୪: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତନ ବହୁ ପୁରାତନ ବନ୍ଧଡିହ ପଂଚାୟତର ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକ ଉତ୍ସବ ରବିାବର ସଂଧ୍ୟା ୬ଟା ସମୟରେ ବିଦ୍ୟାଳୟ ପରିଶରରେ ପାଳିତ କରାଯାଇଥିଲା । ଏହି ଅବସରରେ ସରସ୍ୱତୀ ଶିକ୍ଷା ମନ୍ଦିର ଉଚ୍ଚକୋଟିର ହୋଇଥିବାରୁ ଅବିଭାବକ ମାନେ ଏହି ଶିକ୍ଷା ମନ୍ଦିରରେ ତାଙ୍କର ପିଲାଲ ମାନଙ୍କୁ ପାଠ ପଢ଼ାଇବା ସହିତ ଏହି ସରସ୍ୱତୀ ଶିକ୍ଷା ମନ୍ଦିର ସାରା ଓଡ଼ିଶାରେ ସୁନାମ ଅର୍ଜନ କରିବା ସହିତ ଆଜିର ଏହି ତ୍ରୟୋଦଶ ବାର୍ଷିକ ଉତ୍ସବ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା । ବନ୍ଧଡିହ ଗ୍ରାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରାଯାଇଚି । ସରସ୍ୱତୀ ଶିକ୍ଷା ମନ୍ଦିରର ସମ୍ପାଦକ ଶଙ୍କର ସେଠୀ ଏବଂ ପ୍ରଧାନ ଶିକ୍ଷୟତ୍ରୀ ସରଜିନୀ ନାୟକଙ୍କ ମିଳିତ ସହଯୋରେ ବାର୍ଷିକ ଉତ୍ସବର ସଂଧ୍ୟା ଅଧିବେଶନ ବେଶ ଆକର୍ଷଣ ହୋଇଥିଲା । ବିଦ୍ୟାଳୟର ଗୁରୁମା ମାନଙ୍କ ମଧ୍ୟରେ ସଂଧ୍ୟାରାଣୀ ହରପ୍ରିୟ ଜେନା, ମଧୁସ୍ମିତା ଜେନା, ଚିନ୍ମୟୀ ବେହେରା, ଅନିତା ସେଠୀ, ସୁପ୍ରଭା ସାହୁ ଯୋଗଦାନ ଦେଇଥିବା ବେଳେ, ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ବହୁ ଅତିଥି ଯୋଗଦାନ କରିଥିଲେ ।
ସରସ୍ୱତୀ ଶିକ୍ଷା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଟିତ
|
April 30, 2024 |
