କଟକ, ୦୨/୦୭/୨୦୨୧ (ସନ୍ଧାନ ନିଉଜ) – କଟକର ସଦର କନ୍ଦରପୁର କଳାବିହାରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ ପକ୍ଷରୁ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟକର୍ତା ମାନଙ୍କ ସହଯୋଗରେ ଅଧୁନା ମହାମାରୀ କରୋନା ସମୟରେ ସ୍ୱାସ୍ଥ୍ୟର ଯତ୍ନ,କରୋନାର ଲକ୍ଷଣ,ସୁରକ୍ଷିତ ରହିବାର ନିୟମାବଳୀ,କରୋନା କଟକଣା ପାଳନ,ବିଶେଷ କରି ଗ୍ରାମାଞ୍ଚଳରେ ଜନ ସଚେତନତାର ମହନୀୟ ବାର୍ତ୍ତା ପ୍ରଚାର ଆଭିମୁଖ୍ୟ ନେଇ ନାଟ୍ୟକାର ଗୁରୁ ଅଶୋକ କୁମାର ପଟ୍ଟନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ “କରୋନା କରୁଛି ତାଣ୍ଡବ ଲୀଳା” ନାମକ ଏକ ସାମାଜିକ ନାଟକ କଳା ପରିଷଦ କାର୍ଯ୍ୟାଳୟରେ ବିନା ଦର୍ଶକଙ୍କ ଉପସ୍ଥିତରେ ପରିବେଷଣ ହୋଇ ପରେ ଇଣ୍ଟରନେଟ ଜରିଆରେ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ କରାଯାଇଛି । ଏହି ନାଟକରେ ରଂଜନ ଜେନା,ଇଂ.ଅମୀୟ ପଟ୍ଟନାୟକ, ଇଂ.ବିଶ୍ୱଜିତ ସାହୁ,ପପିନା ବେହେରା, ମନୋରଞ୍ଜନ ସାହୁ,ସତ୍ୟବ୍ରତ ଭୋଇ, ବିନାୟକ ମାଝୀ,ଜ୍ୟୋତ୍ରୀମୟୀ ଭୋଇ,ହରପ୍ରିୟା ହାତୀ,ପୁର୍ଣିମା ବେହେରା ଅଭିନୟ କରିଥିଲା ବେଳେ ଅଜୟ ପଟ୍ଟନାୟକ,ବିଶ୍ୱନାଥ ପଟ୍ଟନାୟକ,କରୋନାଯୋଦ୍ଧା ଅଭିରାମ ସାହୁ,ସମାଜସେବୀ ପ୍ରଦୀପ ମହାଳି,ଅଂଜନ ବେହେରା,ନିରଂଜନ ରାଉଳ ପ୍ରମୁଖ ସହଯୋଗ କରିଥିଲେ । ନାଟକ ମାଧ୍ୟମରେ ପରିଷଦର ଏପରି ଅଭିନବ ପ୍ରୟାସକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇ ନାଟକକୁ ଇଣ୍ଟରନେଟରେ ବହୁ ଦର୍ଶକ ଉପଭୋଗ କରିବାସହ କରୋନା ଲଢେଇ ନେଇ ଉପଯୁକ୍ତ ପ୍ରେରଣା ପାଇ ପାରିଛନ୍ତି ।
Attachments area