ସରସ୍ଵତୀ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ମେଧା ପ୍ରତିଭା ପଦ୍ମନାଭ ପଣ୍ଡା

Spread the love
କଟକ ସଦର(୦୩/୦୧) : ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ(ଏସକେପି) କନ୍ଦରପୁର କଟକ ପକ୍ଷରୁ ଅନୁଷ୍ଠିତ ହୋଇଥିବା ୧୯ ତମ ବାର୍ଷିକ ଉତ୍ସବରେ ସାରସ୍ଵତ ସମ୍ବର୍ଧନା ପ୍ରଦାନ ଅବସରରେ ମେଧା ପ୍ରତିଭା ପଦ୍ମନାଭ ପଣ୍ଡାଙ୍କୁ ଶିକ୍ଷାଗ୍ରଣ କ୍ଷେତ୍ରରେ ସଫଳତା,ସଂସ୍କାରବାଦୀ ଆଦର୍ଶ ବିଦ୍ୟାର୍ଥୀ ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ବ ନେଇ “ମେଧା ପ୍ରତିଭା ସମ୍ମାନ – ୨୦୨୨” ପ୍ରଦାନ କରାଯାଇଛି । ଏହି ଉତ୍ସବରେ ପରିଷଦର ସଭାପତି କବୟିତ୍ରୀ ପ୍ରତିଭା ଶତପଥୀ,ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ସମାଜସେବୀ ଇଂ. ବସନ୍ତ ରାଉତ,ଇଂ.ଅଶୋକ ବିଶ୍ଵାଳ,ସାମ୍ବାଦିକ ପ୍ରଭାତ ମଲ୍ଲିକ, ଅଭିନେତା ସନ୍ତୋଷ ପତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଆଦର୍ଶ ଛାତ୍ର ପଦ୍ମନାଭ ପିତା – ପଣ୍ଡିତ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରମୋଦ କୁମାର ପଣ୍ଡା,ମାତା – ଶିକ୍ଷୟତ୍ରୀ ମନୋରମା ତ୍ରିପାଠୀଙ୍କ ସୁପୁତ୍ର ଅଟନ୍ତି ।

Related Posts

About The Author

Add Comment