ଚିତ୍ରଡ଼ା, ୦୬/୧୦/୨୦ (ସନ୍ଧାନ ନିଉଜ) : ମୟୂରଭଞ୍ଜ ଜିଲା ମୋରଡା ବ୍ଳକ ତଥା ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ ସରପଞ୍ଚ ହରି ସିଂଙ୍କୁ ଦଳଗତ ଭାବେ ଆକ୍ରମଣ କରି ଗୁରୁତର କରିଥିବା ମାମଲାରେ ସୋମବାର ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ଦାନ୍ତିଆମୁହାଁ ଗ୍ରାମର ଅଭିଯୁକ୍ତ ଭମାକାନ୍ତ ମହାନ୍ତଙ୍କ ପୁଅ ଦୁଷ୍ମନ୍ତ ମହାନ୍ତ (୩୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାରୁ ସରପଞ୍ଚ ଏବଂ ସମର୍ଥକ ମାନେ ସାମାନ୍ୟ ଆସୁସ୍ତ ହୋଇଛନ୍ତି । ଅନ୍ୟ ଅଭିଯୁକ୍ତ ମାନେ ଗିରଫ ଭୟରେ ଫେରାର ଥିବାରୁ ଗିରଫ ହୋଇନଥିବା ଜଣା ପଡିଛି। ଦାନ୍ତିଆମୁହାଁ ହାଟସ୍ଥଳୀରେ ଏକ ଜମି ଜବର ଦଖଲକୁ ନେଇ ଗତ ୨୪ ତାରିଖ ରାତିରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତିର ସମାଧାନ ପାଇଁ ସରପଞ୍ଚ ହରି ସିଂ ଘଟଣାସ୍ଥଳକୁ ଯାଇଥିବା ବେଳେ କେତେକ ଗୁଣ୍ଡା ଶ୍ରେଣୀର ଲୋକେ ତାଙ୍କୁ ଲୁହାଛଡ଼ରେ ମାଡମାରି ଗୁରୁତର କରିଥିଲେ । ଏନେଇ ବେତନଟୀ ଥାନାରେ ୨୨୧/୨୦ ନମ୍ବର ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ପୁଲିସ ବିଳମ୍ବ କରିବାରୁ ପଞ୍ଚାୟତବାସୀ ବଡଜାମବଣୀ ଫାଣ୍ଡି ଘେରାଉ କରିଥିଲେ। ଏହାର ପ୍ରଭାବରେ ସୋମବାର ଜଣଙ୍କୁ ପୁଲିସ ଗିରଫ କରିବାରୁ ପଞ୍ଚାୟତବାସୀ ଆସ୍ୱସ୍ତ ହୋଇ ଅନ୍ୟମାନଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ।
ସରପଞ୍ଚଙ୍କୁ ଆକ୍ରମଣ ମାମଲାରେ ଜଣେ ଗିରଫ
|
October 6, 2020 |