ସୁନ୍ଦରଗଡ, ୧୮/୬/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ ) ବଡ଼ ଗାଁ ବ୍ଲକ ଅନ୍ତର୍ଗତ ଜରଙ୍ଗଲୋଇ ପଞ୍ଚାୟତର ବେହେରାମାଲ ଗ୍ରାମର ତିନି ଭଉଣୀଙ୍କୁ ଆଜି ଯାଏ ମିଳି ପାରିନି ସରକାରୀ ସହାୟତା ।ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡିକ ନାହିଁ ।ପର କୁ ଆସର କରି ମୁଣ୍ଡ ଗୁଞ୍ଜି ରହିଛନ୍ତି । ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ହୋଇଯାଇଛି । ଭାରତୀ ଡ଼ନସେନା,ଆରତୀ ଡନସେନା ଓ ଦମୟନ୍ତି ଡ଼ନସେନା ତିନି ଭଉଣୀ ବାପା ଓ ମା ଙ୍କୁ ହରାଇବା ପରେ ଅସହାୟ ହୋଇ ଜୀବନ ସଂଗ୍ରାମରେ ଲଢ଼ୁଛନ୍ତି । ଆଜିକୁ ଦଶ ବର୍ଷ ହେବ ସରକାରୀ ଯୋଜନାରେ ଘର ଖଣ୍ଡିକ ମିଳିପାରିନାହିଁ । ବ୍ଲକ ଓ ପଞ୍ଚାୟତ ଅଫିସ ଦୌଡ଼ି ଦୌଡ଼ି ଅଥୟ ଅବସ୍ଥାରେ ତଳିତଳାନ୍ତ ହେଉଛନ୍ତି । ବହୁକଷ୍ଟେ ନିଜ ପେଟର ଭୋକ ମେଣ୍ଟାଉଛନ୍ତି ବୋଲି ତିନି ଭଉଣୀଙ୍କ ଠାରୁ ଜଣାପଡିଛି । ପ୍ରଶାସନର କେବେ ଆଖି ଖୋଲିବ ତାହା ଦେଖିବାକୁ ବାକି ରହିଛି ବୋଲି ଜନସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସରକାରୀ ସହାୟତାରୁ ବଞ୍ଚିତ ମା ଓ ବାପା ଛେଉଣ୍ଡ ତିନି ଝିଅଙ୍କର ଶୋଚନୀୟ ଅବସ୍ଥା
|
June 19, 2021 |



