ସରକାରୀ ଶ୍ରେଣୀ ଗୃହ ଭୁଷୁଡ଼ି ପଡିଲା: ଅଳ୍ପକେ ବର୍ତ୍ତିଲେ ୨୮ ଛାତ୍ରଛାତ୍ରୀ

Spread the love

ବାଲିଗୁଡା,୧୩/୯/୨୩:(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  ଭୁଶୁଡିପଡିଲା ସ୍କୁଲ୍ ଶ୍ରେଣୀ ଗୃହ । ଅଳ୍ପକେ ବର୍ତ୍ତିଗଲେ ୨୮ ଛାତ୍ରଛାତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏଭଳି ଅଘଟଣ ଘଟିଛି ।ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତର କିଲୁପଡ଼ାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭୁଶୁଡିପଡିଛି । ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୨୮ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ । ବୁଧବାର ୧୦ଟା ବେଳେ ସ୍କୁଲକୁ ଯାଇ ଫାଟକ ନିକଟରେ ସ୍କୁଲର ଶିକ୍ଷକଙ୍କୁ ଅପେକ୍ଷା କରିଥିଲେ ଛାତ୍ରଛାତ୍ରୀ । ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଆନ୍ଦୋଳନ ଚାଲିଥିବାରୁ ଶିକ୍ଷକମାନେ ବିଇଓ ଅଫିସରେ ଧର୍ମଘଟରେ ବସି ରହିଥିଲେ । ଏହି ସମୟରେ ସ୍କୁଲର ଶ୍ରେଣୀ ଗୃହ ହଠାତ ଭୁଶୁଡ଼ି ପଡ଼ିଥିଲା । ସ୍କୁଲର ଶ୍ରେଣୀ ଗୃହଟି ପୂର୍ବରୁ ପରିତ୍ୟକ୍ତ ତଥା  ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲରେ ପାଠପଢା ଚାଲୁ ରହିଥିଲା । ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ସମେତ ଗ୍ରାମବାସୀ ସରପଞ୍ଚ ବିଇଓ, ବିଡିଓ ଏବଂ ବାଲିଗୁଡା ବିଧାୟକଙ୍କୁ ଅବଗତ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ସୌଭାଗ୍ୟ ବଶତଃ ୨୮ ଶିଶୁ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି l

Related Posts

About The Author

Add Comment