ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଥିବାରୁ ଆତ୍ମହତ୍ୟା ଉଦ୍ୟମ

Spread the love

ରାଇରଙ୍ଗପୁର-୧୦/୧୨/୨୦୨୧(ସନ୍ଧାନ ନ୍ୟୁଜ୍) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ସରକାରୀ ଯୋଜନା ରୁ ବଞ୍ଚିତ ହୋଇଥିବାରୁ ଆତ୍ମହତ୍ୟା ଉଦ୍ୟମ।ଏପରି ଘଟଣା ଦେଖିବାକୁ ମିଳିଛି, ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ। ସୂଚନାଯୋଗ୍ୟ ଯେ; ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ତେଲେଇଘୁଟୁ ଗ୍ରାମର ଲକ୍ଷ୍ମୀକାନ୍ତ ବାସ୍କେ। ତାଙ୍କର ଆଧାର କାର୍ଡ ନଥିବାରୁ ସେ ବିଭିନ୍ନ ସରକାରୀ ଯୋଜନା ରୁ ବଞ୍ଚିତ ହେଉଥିଲେ। ଶେଷରେ ନିରାଶ ହୋଇ ଆଧାର କାର୍ଡ ପାଇଁ ସେ ଜୀବନ ହାରିବା ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ର କର୍ମଚାରୀମାନେ ଦେଖଣାହାରୀ ସାଜିଥିଲେ।ହେଲେ ସେମାନଙ୍କ ମଧ୍ୟରୁ କେହି ତାଙ୍କ ପାଖକୁ ଯାଇ,ବଞ୍ଚେଇବାକୁ ଚେଷ୍ଟା କରିନ ଥିଲେ। ଶେଷରେ ଖବରପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଚିକିତ୍ସା ରେ ଭର୍ତ୍ତି କରିଥିଲେ।ସେପଟେ ଏପରି ଘଟଣା ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Related Posts

About The Author

Add Comment