ସରକାରୀ ମୁଖ୍ୟ ସଚେତକ ଓ ଅତିରିକ୍ତ ଜିଲ୍ଳ୍ାପାଳଙ୍କ ବନ୍ୟାଂଚଳ ଗସ୍ତ ।

Spread the love

ଯାଜପୁର, ୨୯/୦୮/୨୦ (ସନ୍ଧାନ ନିଉଜ) : ବିଂଝାରପୁର ବ୍ଳ୍କର କଲ୍ୟାଣପୁର ଓ ରଣପୁର ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଚ୍ଥି । ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ଏହି ଦୁଇ ପଂଚାୟତର ଜଳବନ୍ଦୀରେ ରହିଥିବା ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଥିଲେ । କଲ୍ୟାଣପୁର ପଂଚାୟତର ଇଚ୍ଚ୍ଥାପୁର ଓ ସମଲପୁର ଗ୍ରାମ ମଧ୍ୟରେ ପାଣି ପଶିଯାଇଥିବାରୁ ଲୋକ ମାନଙ୍କର ଦୁର୍ଦ୍ଦଶାକୁ ଉଭୟ ବିଧାୟିକା ଓ ଅତିରିକ୍ତ ଜିଲ୍ଳ୍ାପାଳ ଡଙ୍ଗା ମାଧ୍ୟମରେ ଯାଇ ଅନୁଧ୍ୟାନ କରିଥିଲେ । ପରେ ରଣପୁର ପଂଚାୟତର କଣ୍ଟିପୁର ଗ୍ରାମର ବିଭିନ୍ନ ଅଂଚଳ, ଲୁଣିଡିହ, କୁମ୍ଭାରସାହି, ଘାଇକୂଳ, ରଣପୁର, ବଟେଶ୍ୱର ଇତ୍ୟାଦି ଅଂଚଳକୁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଅତ୍ୟାବଶ୍ୟକୀୟ ପାଇଁ ଚୁଡା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଳ୍ାପାଳ ୩ ଦିନ ପାଇଁ ରିଲିପଂ ଘୋଷଣା କରିଥିବାରୁ ତାହା ବଣ୍ଟନ କରାଯାଉଚ୍ଥି ବୋଲି ଅତିରିକ୍ତ ଜିଲ୍ଳ୍ାପାଳ ସୂଚନା ଦେବା ସହ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା ହୋଇଚ୍ଥି ବୋଲି କହିଥିଲେ । ସେହିପରି ଗୋ-ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଚ୍ଥି । କ୍ଷତିଗ୍ରସ୍ତ ଲୋକ ମାନଙ୍କର ତାଲିକା ପ୍ରସ୍ତୁତ କରିବାକୁ ଅତିରିକ୍ତ ଜିଲ୍ଳ୍ାପାଳ ଉପସ୍ଥିତ ଅତିରିକ୍ତ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବର୍ତମାନ ସଂପୂର୍ଣ୍ଣ ଅଂଚଳ ଜଳମଗ୍ନ ହୋଇଯାଇଥିବାରୁ ଗୋରୁଗାଈ ମାନଙ୍କର ଖାଦ୍ୟର ଅଭାବ ରହିଚ୍ଥି । ତେଣୁ ଗୋ-ଖାଦ୍ୟ ପରିମାଣ ବୃଦ୍ଧି ପାଇଁ ମୁଖ୍ୟ ସଚେତକ ପରାମର୍ଶ ଦେବା ସହ ପ୍ରଶାସନ କ୍ଷତିଗ୍ରସ୍ତ ମାନଙ୍କର ସଠିକ ଅନୁଧ୍ୟାନ ପୂର୍ବକ ଯଥାଶିଘ୍ର ସହାୟତା ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

Related Posts

About The Author

Add Comment