ସରକାରୀ ମଣ୍ଡି ଖୋଲି ଧାନ କ୍ରୟକରିବାକୁ ଦାବି

Spread the love

ଜେନାପୁର/୦୬/୦୧/ସନ୍ଧାନ ନିଉଜ୍/ ଧର୍ମଶାଳା ବ୍ଲକ କବାଟବନ୍ଧ ଆଞ୍ଚଳିକ କେ କେ ଏମ୍ ଏସ୍ କମ୍ୟୁନିଷ୍ଟ ପାର୍ଟି ତରଫରୁ ସରକାରୀ ଧାନ ମଣ୍ଡି ଖୋଲିବାକୁ ରେଖିଦେଇପୁ ସମବାୟ ସମିତି ସୋସାଇଟି ଆଗରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ସରକାର ତୁରନ୍ତ ମଣ୍ଡି ଖୋଲି ଧାନ କ୍ରୟ କରିବା, ମଣ୍ଡି ଆଇନ କୁ ସରଳ କରିବା, ଭାଗ ଚାଷୀ ମାନେ ଯେପରି ଧାନ ମଣ୍ଡିରେ ବିକ୍ରୟ କରିପାରିବେ ତାର ବ୍ୟବସ୍ଥା କରିବା, ସାର, କୀଟନାଶକ ଔଷଧ ,ସମସ୍ତ ପ୍ରକାର ବିହନ, କୃଷି ସରଞ୍ଜାମ,ପାଣି ପମ୍ପକୁ ଶତକଡ଼ା ୭୫ ଭାଗ ରିହାତୀରେ ଯୋଗାଇଦେବା, ସମସ୍ତ ଜମିକୁ ଜଳସେଚନ, ଝଡ଼ ବର୍ଷାରେ ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଜୁଟିଭ ଅଫିସରଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ,ଏଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବକ୍ତାମାନେ ଉପରୁକ୍ତ ଦାବିଗୁଡିକୁ ସରକାର ତୁରନ୍ତ ପୁରାଣ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ଏଥିରେ ଯୋଗ ଦେଇଥିଲେ ଚୈତ୍ୟନ ସାହୁ,ପବିତ୍ର ମୋହନ ସାହୁ,ସନ୍ତୋଷ ଲେଙ୍କା,ମନୋଜ ସେଠି,ରୋହିତ ଦାସ,ଗୋପୀନାଥ ରାଉତ,ପ୍ରତାପ ମଲ୍ଲ ପ୍ରମୁଖ ବିକ୍ଷୋଭରେ ଯୋଗଦେଇଥିଲେ ।।

Related Posts

About The Author

Add Comment