ବାରିପଦା, ୨୭/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ସରକାରୀ ଅଫିସରେ ସରକାରୀ ବାବୁଙ୍କ ମଦ ଆସର । ତାହା ପୁଣି ଅଫିସ ଆୱାରରେ ଯେତେବେଳେ ଚେୟାରରେ ବସି ବାବୁ ଟେବୁଲ ଉପରେ ଫାଇଲ୍ ଚାଷ କରିବା କଥା ଠିକ୍ ସେଇ ସମୟରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡଙ୍ଗ ସୋରଡ଼ା କୃଷି ପରାମର୍ଶ କେନ୍ଦ୍ରରେ ଜମିଥୁଲା ବାବୁଙ୍କ ମଦମାଂସର ଆସର ସରି ସରି ଯାଉଛି ପୁରୁଣା ବର୍ଷ । ନୂଆ ବର୍ଷ ଆସୁଛି । ଏମିତିରେ ବି ପ୍ରତିବର୍ଷ ଡିସେମ୍ବର ମାସଟା ସେଲିବ୍ରେସନର ମାସ । କିଏ କୁଆଡ଼େ ଟିକେ ବୁଲାବୁଲି କରିବେ, କିଏ କୋଉଠି ଗୋଟେ ଭୋଜି ଭାତର ଆସର କରିବେ, ଗୋଟେ ଖୁସି ତ, ନା‘ ଆଉ କ‘ଣ ଏସବୁ ଭିତରେ ବଦମାସ୍ କ୍ୟାମେରା କିନ୍ତୁ କାହାକୁ ଛାଡୁନି । ମଉକା ପାଇଲେ ଫଟୋଗୁଡ଼ାକ କଏଦ କରିପକାଉଛି । ଆଉ ସେଇ ଫଟୋ ଯେତେବେଳେ ଭାଇରାଲ୍ ହେଉଛି, ତାକୁ ନେଇ ଆରମ୍ଭ ହେଉଛି ତମ୍ବି ତୋଫାନ । ଠିକ୍ ଯେମିତି ଏବେ ହୋଇଛି । ସରକାରୀ ଅଫିସରେ ସରକାରୀ ବାବୁଙ୍କ ମଦ ଆସର ଯେତେବେଳେ ଜମିବ । ଆଉ ଏ ଫଟୋ ଯେତେବେଳେ ଭାଇରାଲ୍ ହେବ, ତାହେଲେ ଏହାକୁ ନେଇ ଚର୍ଚା, ଆଲୋଚନା, ସମାଲୋଚନା ହେବ ତ ନିଶ୍ଚୟ । ଏବେ ଆସନ୍ତୁ ପୂରା ଘଟଣା କ‘ଣ ଖୋଲିବା ଏହି ଘଟଣା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡଙ୍ଗସୋରଡ଼ାରେ ଥିବା କୃଷି ଓ ପରାମର୍ଶ କେନ୍ଦ୍ରରେ ଘଟିଛି। ଏଠି ଜିଲ୍ଲା କୃଷି ବିଭାଗର ଅଧିକାରୀମାନେ ଚାଷୀଙ୍କୁ କୁଆଡ଼େ ପରାମର୍ଶ ଦିଅନ୍ତି । କିନ୍ତୁ ଏଠି ଗୋଟେ ଅଜବ ଚିତ୍ର ସାମ୍ନାକୁ ଆସିଛି । ଅଫିସ ଆହ୍ଲାରରେ ଏଠି ଅଫିସ କର୍ମଚାରୀମାନେ ଖୋଦ୍ ଅଫିସ ଭିତରେ ମଦ ମାସର ଆସର ଜମାଇଥିଲେ । ଯାହାର ଚିତ୍ର କ୍ୟାମେରାରେ କଏଦ୍ ହୋଇଛି । ଦେଖନ୍ତୁ ଏ ଦୃଶ୍ୟକୁ । ବରାବର ବୋତଲ ଥୁଆ ହୋଇଛି । କ୍ଲାସରେ ପେଟ୍ ପରେ ପେଟ୍ ପ୍ରସ୍ତୁତ ହେଉଛି । ଆଉ ପାଖରେ ଥୁଆ ହୋଇଛି ଚାଖଣା, ସେ ପୁଣି ପିଓର୍ ଖାସୀ ମାଂସ ତରକାରୀ । ଆଉ ପୂରା ଅଫିସ କର୍ମଚାରୀଙ୍କ ଚାଲିଛି ରାଉଣ୍ଡ ଟେବୁଲ୍ ବୈଠକ । ଆଉ ୨/୪ ପେଟ୍ ପରେ ବୋଧ ହୁଏ ଚାଷୀଙ୍କ କଣ ପରାମର୍ଶ ଦିଆଯିବ ସେ ବିଷୟରେ ଆଲୋଚନା ହେବ । ଖୋଦ୍ ସରକାରୀ ଅଫିସରେ ସରକାରୀ କର୍ମଚାରୀଙ୍କ ଏଭଳି ଆକ୍ଟିଭିଟିର ଚିତ୍ରକୁ ଆମେ କଣ କହିବା ? ପୁରା ଘଟଣା ସମ୍ପର୍କରେ ବାବୁ କହୁଛନ୍ତି ଏଭଳି ଆସର କୁଆଡ଼େ ଛୁଟି ଦିନରେ ଚାଲିଥିଲା । କିନ୍ତୁ ଆସର ଚାଲିଥିଲା, ଆଉ ସରକାରୀ ଅଫିସରେ ଚାଲିଥିଲା, ସେ କଥାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି । ଏଠି ସରକାରୀ ଚାକିରି କରିଥିବା ବିନ୍ଦାସ ବାବୁଙ୍କ ଏଭଳି ବିନ୍ଦାସ ଉତ୍ତର ପୂରା ବ୍ୟବସ୍ଥାର ମଜାକ୍ ଉଡ଼ାଉନାହିଁ କି !
ସରକାରୀ ବାବୁଙ୍କ ମଉଜ ମଜଲିସ୍, ଅଫିସରେ ଜମିଲା ମଦ-ମାଂସର ଆସର
|
December 27, 2020 |