ସରକାରୀ ନିୟମକୁ ଫୁ, ବସକୁ ସିଜ୍‌ କଲେ ତହସିଲଦାର

Spread the love

ଭଦ୍ରକ,୨୧/୦୪/୨୧ (ସନ୍ଧାନ ନିଉଜ) :  ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ରାଜ୍ୟ ବାହାରକୁ ଯାଉଥିବା ଵସ ଗୁଡିକ ଉପରେ କଟକଣା ଲଗାଇଛନ୍ତି  । ଏହାକୁ ନମାନିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଧିକାରିଙ୍କୁ ନିର୍ଦେଶ ଦେଇଛନ୍ତି । ହେଲେ ସରକାରୀ ନିୟମକୁ ବସ ଗୁଡିକ ମାନୁ ନାହାନ୍ତି । ଏହି ନିୟମକୁ ମାନି ନଥିବାରୁ ଆଜି ବାବାମଣି ଵସକୁ ସିଜ୍‌ କରିଛନ୍ତି ବାସୁଦେବପୁର ତହସିଲଦାର । ଆଜି ରାତିରେ ବାସୁଦେବପୁର କଲେଜ ଛକ ନିକଟରେ ବାବାମଣି ନାମକ ଵସରେ କିଛି ଯାତ୍ରୀ ଵସିଥିବାର ଦେଖି ଗାଡିକୁ ଅଟକ ରଖିଥିଲେ ତହସିଲଦାର । ପରେ ଯାତ୍ରୀଙ୍କୁ ପଚରା ଉଚରା କରିବା ପରେ ସେମାନେ କଲିକତା ଯାଉଥିବା କହିବା ସହିତ ତାଙ୍କ ପାଖରେ ଥିବା କଲିକତା ପାଇଁ କାଟିଥିବା ଟିକେଟ ଦେଇଥିଲେ ତହସିଲଦାରଙ୍କୁ । ଏହାପରେ ସରକାରୀ ନିୟମକୁ ବେଖାତିର କରିଥିବାରୁ ବାବାମଣି ବସକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଏହାସହ ବସରେ ସାମୁଦ୍ରିକ କଙ୍କଡା ଯାଉଥିବା ଶୁଣିବାକୁ ପାଇଥିଲେ ତହସିଲଦାର । ପରେ ଖୋଜାଖୋଜି ପରେ ଵସ ଡିକିରେ ଥିବା 2 ବ୍ୟାଗ୍‌ କଙ୍କଡାକୁ ଜବଦ କରାଯାଇଥିଲା । ଜବତ ପରେ ଘଟଣାସ୍ଥଳରେ ବନଖଣ୍ଡ କର୍ମଚାରୀ, ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related Posts

About The Author

Add Comment