ସରକାରୀ ଜମି ହଡ଼ପ ଅଭିଯୋଗ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକପ୍ରତିନିଧିଙ୍କ ଅନଶନ

Spread the love
ବାଲିଗୁଡା, ୧୬/୦୯ /୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି ଶାସନ ଏବଂ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ ଅଭିଯୋଗରେ ଉକ୍ତ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟା ସଭ୍ୟ ପ୍ରମୁଖ ଆମରଣ ଅନଶନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ବସିଛନ୍ତି। ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟାଦେଶ ଦେବା ପୂର୍ବରୁ ଚଞ୍ଚକତା କରି କାର୍ଯ୍ୟ ଶେଷ କରାଯାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଧାୟକ ବିଜୁ ପଟ୍ଟନାୟକଙ୍କ ନାମରେ ପାଠାଗାର କରିବା ଆଳରେ ନିଜପାଇଁ କୋଠା ନିର୍ମାଣ କରୁଛନ୍ତି। ସେହି କାର୍ଯ୍ୟର କୌଣସି ସରକାରୀ ତଥ୍ୟ ନ ଥିବା ବେଳେ ଏଥିରେ ଚଞ୍ଚକତା କରି ସରକାରୀ ଜମିକୁ ହାତେଇଛନ୍ତି। ତୁରନ୍ତ ଆଇନ ଅନୁସାରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଚାଲିବ ବୋଲି ବିକ୍ଷୋଭକାରୀ ତଥା ଲୋକପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବସ୍‌ଷ୍ଟାଣ୍ଡଠାରୁ ବିକ୍ଷୋଭକାରୀ ମାନେ  ପ୍ଲାକାର୍ଡ, ବ୍ୟାନର ଧରି  ଏକ ବିରାଟ ଶୋଭାଯାତ୍ରା ରେ ବାହାରି ସମଗ୍ର ସହର ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଅନଶନରେ ବସିଛନ୍ତି। ଘଟଣାସ୍ଥଳରେ ବାଲିଗୁଡ଼ା ଏସ୍‌ଡିପିଓ ମନୋଜ କୁମାର ପୂଜାରୀ, ତହସିଲଦାର ଚାର୍ଲସ ନାୟକ, ଆଇଆଇସି କୌଶିକ ମାଝି ପ୍ରମୁଖ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛନ୍ତି ।

Related Posts

About The Author

Add Comment