ସୁନ୍ଦରଗଡ ତା:୨୪/୧୨/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ଗତ ୨୩ ତାରିଖରେ ସବଡେଗା ରାଜୀବ ଗାନ୍ଧୀ ସେବା ଗୃହରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ପରୀକ୍ଷା କୁ କେନ୍ଦ୍ରକରି ପ୍ରାୟ ସମସ୍ତ ବିଭାଗରୁ ଡାକ୍ତର ରହିଥିବା ଦେଖିବାକୁ ମିଳିଥିଲା । ଭିନ୍ନକ୍ଷମ ଙ୍କ ପରୀକ୍ଷା ପାଇଁ ସକାଳ ପ୍ରାୟ ୯ ଟା ସମୟ ରୁ ଆସିଥିବା ବେଳେ ତାହା ଏକ ଘଣ୍ଟା ବ୍ୟବଧାନରେ ହୋଇଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁସାରେ ଭିନ୍ନକ୍ଷମ ରୋଗୀଙ୍କ ଚିକିତ୍ସା ରେ ବ୍ୟତିକ୍ରମ ହେଉଥିବା ସହିତ ମନ ମୁତାବକ କାର୍ଯ୍ୟ ତୁଲାଇଥିବା ଜଣାପଡିଛି । ଚିକିତ୍ସା କୁ ଭିତ୍ତି କରି ଭୁଲ ତଥ୍ୟ ଦେଉଥିବା ବେଳେ ଅନେକ ରୋଗୀ ଅଭିଯୋଗ କରୁଥିବା ସୂଚନା ରହିଛି । ରୋଗୀଙ୍କ କହିବା ଅନୁସାରେ ବୟସ ଗଡି ଯାଉଥିବା ବେଳେ ବିଭାଗୀୟ ଚିକିତ୍ସକ ତାର ଉପଯୁକ୍ତ ତଥ୍ୟ ନ ଦେବା କାରଣରୁ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଥିଲା । ତା ସହିତ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବାକୁ ବିଭାଗୀୟ ଚିକିତ୍ସକ କହୁଥିବା ଜଣାପଡିଛି । ଏଥିରେ ପ୍ରତ୍ୟେକ ବ୍ଲକରେ କାର୍ଯ୍ୟସୂଚୀ ଅନୁସାରେ ଶିବିର ଅନୁଷ୍ଠାନ କାର୍ଯ୍ୟ କରି ସରକାରଙ୍କ ଅର୍ଥ ଅନର୍ଥରେ ଲାଗୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥିପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ସରକାରୀ କାର୍ଯ୍ୟସୂଚୀ ଅନୁସାରେ ହେଉଥିବା କାର୍ଯ୍ୟକ୍ରମ ଯୋଗୁଁ ଭିନ୍ନକ୍ଷମ ଶିବିରରେ ଲୋକେ ସୁବିଧାରୁ ବଞ୍ଚିତ, ପକ୍ଷପାତ ହେଉଥିବା ଅଭିଯୋଗ
|
December 24, 2025 |



