ସରକାରୀ ଉଚ୍ଚବିଦ୍ୟାଳୟ ଚଣ୍ଡିଖୋଲରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

Spread the love

ଚଣ୍ଡିଖୋଲ,୨୮/୦୫ (ସନ୍ଧାନ ନିଉଜ)  ଜିଲ୍ଲା ପ୍ରଶାସନର ନିଷ୍ପତି ଅନୁଯାୟୀ ଆଜି ଚଣ୍ଡିଖୋଲ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା.ସମୁଦାୟ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୫୩ ଜଣ ପୁଅ ଓ ୧୦ ଜଣ ଝିଅ ଆଜି ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ.ଚଣ୍ଡିଖୋଲ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୱେକତତ୍ୱାବଧାନରେ ଜଗନାଥପୁର ଉଚ୍ଚ ବିଦ୍ୟାଳୟର ଗୌତମ ବିହାରୀ ସ୍ୱାଇଁ,ପଂଚାୟତ ଗୋପୀନାଥପୁର ବିଦ୍ୟାଳୟର ପ୍ରଦୀପ୍ତ ସାମଲ,ମଲ୍ଲୀହାଶୁଣି ବିଦ୍ୟାପୀଠର ଯୋଶଛନାରାଣୀ ବେହେରା,ସୋଲର ଉଚ୍ଚବିଦ୍ୟାଳୟର ହରିହର ବିଶ୍ୱାଳ ଓ ବାଲିଚନ୍ଦ୍ରପୁର ଉଚ୍ଚବିଦ୍ୟାଳୟର ମିନତୀ ବେହେରା ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇ ବିଭାଗ ପକ୍ଷରୁ ନିର୍ଧାରଣ କରାଯାଇଥିବା ବିଭିନ୍ନ ମାପଦଣ୍ଡରେ ପିଲାମାନଙ୍କର କ୍ରୀଡା ପ୍ରତିଭାକୁ ପରୀକ୍ଷାକରିଥିଲେ.୬୩ ଜଣ ମଧ୍ୟରୁ କୃତକାର୍ଯ୍ୟ ହେବାକୁଥିବା ପିଲାମାନେ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ଜଣାଯାଇଛି.

Related Posts

About The Author

Add Comment