ସରକାରଙ୍କ ଡିଜିଟାଲାଇଜେଶନ ନେଟୱାର୍କ ରୁ ବହୁ ଦୂରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ 

Spread the love
କନ୍ଧମାଳ, ୦୧/୦୨/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କେନ୍ଦ୍ର ଏବଂ ରାଜ୍ୟ ସରକାର ଡିଜିଟାଲାଇଜେଶନକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ କନ୍ଧମାଳ ଜିଲାର ପ୍ରାୟ ସମସ୍ତ ବ୍ଲକରେ ରହିଛି ନେଟୱାର୍କ ସମସ୍ୟା। ଚକାପାଦ ବ୍ଲକର ଏପରି ଅନେକ ଗ୍ରାମ ରହିଛି ଯେଉଁଠି ଲୋକେ ନେଟୱାର୍କ ପାଇଁ ହଇରାଣ ହେଉଛନ୍ତି। ଚକାପାଦ ବ୍ଲକର ପ୍ରାୟ ୫ ପଞ୍ଚାୟତବାସୀ କୌଣସି ମୋବାଇଲ ନେଟୱାର୍କ ପାଉନାହାନ୍ତି। ଫଳରେ ସେମାନେ ଜରୁରୀକାଳୀନ ଯୋଗଯୋଗ ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘବର୍ଷ ହେଲା ଅଞ୍ଚଳବାସୀ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ପ୍ରଶାସନ ସବୁ ଜାଣି ନୀରବ ରହୁଥିବା ବେଳେ ଲୋକ ପ୍ରତିନିଧି ବି କିଛି ପଦକ୍ଷେପ ନେଉନାହାନ୍ତି। ଏଥିପାଇଁ ଅସନ୍ତୋଷ ବଢ଼ିବାରେ ଲାଗିଛି। ନେଟୱାର୍କ ନ ଥିବାରୁ ଏବେ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ ପାଠ ପଢ଼ିବାରେ ହଇରାଣ ହେଉଛନ୍ତି। କେତେଜଣ ମେଧାବୀ ଛାତ୍ର ଅନ୍ୟ ଉପାୟ ନ ପାଇ ଗଛ ଉପରେ ନେଟୱାର୍କ ଖୋଜିବାକୁ ପ୍ରୟାସ କରୁଛନ୍ତି। ଚକାପାଦରେ ଏକ ଟାୱାର ଥିଲେ ମଧ୍ୟ ଅଧିକାଂଶ ସମୟ ନେଟୱାର୍କ ରହୁନାହିଁ। ୧୬ କି.ମି. ଦୂର ଟିକାବାଲିରେ ଓ ୨୦ କି.ମି ଦୂର ଗଞ୍ଜାମ ଜିଲାର ବଦାଙ୍ଗିରେ ଟାୱାର ରହିଛି। ଠିକ୍‌ ନେଟଓ୍ବାର୍କ ପାଇଁ ଚକାପାଦ ବ୍ଲକର ବିଭିନ୍ନ ଅଞ୍ଚଳରେ ମୋବାଇଲ ଟାୱାର ବସାଇବାକୁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। କଖାରୁଝୋଲା ପଞ୍ଚାୟତର ଘାଟିଗୁଡା, ବନ୍ଧଖମଣ, ବୁଦୁକାଖୋଲ, ଟୋକେଇଝୋଳ, ମହାଗୁଡା, ଚାହାଳୀ ପଞ୍ଚାୟତର ଅଣ୍ଡିରୀଗଡ, ଗସମା, ନିଧିଆବେରେନା, ପସରା ପଂଚାୟତର ନନ୍ଦିନୀ, ବୁରୁପୋଲି, ଗୋଚ୍ଛାବାଡି, ବ୍ରହ୍ମଣପାଦର ଶୁବଳୀୟା, ତାଟଗୁଡା, ଅର୍ଚାଙ୍ଗି, ଚକାପାଦ ପଂଚାୟତର ରଣଗାଁ, ରୂପାଗାଁ, ରଙ୍ଗମାଟିଆ ଗ୍ରାମରେ ନେଟୱାର୍କ ସମସ୍ୟା ଥିବାରୁ ଲୋକଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଛି।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

Related Posts

About The Author

Add Comment