ଯାଜପୁର,୧୮/୧୨/୨୦୨୦ (ସନ୍ଧାନ ନିଉଜ) ପାରିଶ୍ରମିକ ଓ ଅର୍ଥ ଲୋଭକୁ ପଛରେ ପକାଇ ନିଜର କଳାକାର ଜୀବନକୁ ସମାଜ ପାଇଁ ଉସôର୍ଗ କରିଥିବା ଜଣେ କଳାକାର ଏବେ ଜୀବନ ବଂଚାଇବାକୁ ସଂଗ୍ରାମ ଜାରି ରଖିଛନ୍ତି । କଳାକାର ଜଣକ ଏବେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ ଡାକ୍ତରଖାନାର ହେମାଟୋଲୋଜି ବିଭାଗରେ ଅସହାୟ ଅବସ୍ଥାରେ ଚିକିସôିତ ହେବା ଘଟଣା ସାଧାରଣରେ ଘୋର ଦଃୁଖଦାୟକ ଖବର ହୋଇପଡିଛି ।
ଖବରରୁ ପ୍ରକାଶ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ କ୍ଷେତ୍ରପାଳର ଧ୍ରୁବାନନ୍ଦ ଦାସଙ୍କର କଳା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସେ ଜଣେ ସଂଗୀତଜ୍ଞ ଭାବେ ତାଙ୍କର ସୁନାମ ରହିଛି । ଅନେକ କଳାକାର ତାଙ୍କର ପ୍ରେରଣାରେ ସୃଷ୍ଟି ହୋଇଛନ୍ତି । ତାଙ୍କର ସ୍ୱତନ୍ତ୍ରତା ହେଉଛି ସମାଜର ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ସେ ବିଭିନ୍ନ ପଥପ୍ରାନ୍ତ ନାଟକରେ ଯେଉଁ ଗୀତ ପରିବେଷଣ କରନ୍ତି, ତାହା ପ୍ରତ୍ୟେକ ଶ୍ରୋତାଙ୍କୁ ଭାବପ୍ରବଣ କରିଦିଏ । ଏଥିରେ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟର ସଫଳ ରୂପାୟନ ପାଇଁ ମଧ୍ୟ ଅନେକ ସଚେତନ ଧର୍ମୀ ନାଟକ ଓ ସଂଗୀତ ରହିଛି । ସମାଜରେ ମାନବିକତା ଜାଗରଣ କ୍ଷେତ୍ରରେ ତାଙ୍କର ସଙ୍ଗୀତ ଓ କଣ୍ଠରେ ରହିଥାଏ ଭିନ୍ନ ଆକର୍ଷଣ ଏବଂ ଚମକ୍ରାରିତା । ହେଲେ ଏହିସବୁ କାର୍ଯ୍ୟ କରିବା ପାଇଁ ସେ କେବେ ବି ପାରିଶ୍ରମିକ ଦାବି କରି ନଥାନ୍ତି । ଅଭାବରେ ଥାଇ ପେଟ ଭୋକ ପେଟରେ ମାରି ସଙ୍ଗୀତ ମାଧ୍ୟମରେ ଏଭଳି ସେବା କ୍ୱଚିତ ଦେଖିବାକୁ ମିଳେ । ଏହା ତାଙ୍କର କଳାକାର ଜୀବନର ଥିଲା ବଡ ସ୍ୱାତନ୍ତ୍ରତା । ସମାଜ ପାଇଁ ଉସôଗିକୃତ ମନୋଭାବ ନେଇ କାର୍ଯ୍ୟ କରିଥିବା ଏହି ବ୍ୟକ୍ତି ଏବେ ଜୀବନର ଘୋର ସଙ୍କଟ ଦେଇ ଗତି କରୁଛନ୍ତି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ମେଡିକାଲ ହେମୋଟୋଲୋଜି ବିଭାଗର ବେଡ ନଂବର- ୨୧୦ ରେ ଚିକିସôିତ ହେଉଥିବାର ଖବର ପ୍ରଚାର ହେବା ପରେ ସାଧାରଣରେ ଏହା ଘୋର ଆଲୋଡନ ବିଷୟ ହୋଇ ପଡିଛି । ସେ ଜଣେ ନିହାତି ଗରୀବ ଏବଂ ତାଙ୍କର ସେବା ଯତ୍ନ ନେବାକୁ ମଧ୍ୟ ତାଙ୍କ ପାଖରେ ସେଭଳି କୌଣସି ଲୋକ ନାହାନ୍ତି । ସମାଜ ଏବଂ ସରକାରଙ୍କ ପାଇଁ ଜଣେ କଳାକାର ଭାବେ ଜୀବନ ବ୍ୟାପୀ ଉସôଗିକୃତ ସହଯୋଗ କରୁଥିବା ଏହି ବ୍ୟକ୍ତିଙ୍କ ଚିକିସôା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରି ସହାୟତା କଲେ ଏହା ସମଗ୍ର ରାଜ୍ୟ ପାଇଁ ଏକ ଦୃଷ୍ଟାନ୍ତ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଛୋଟ କଳାକାରଙ୍କ ଏଭଳି ବଡ କାର୍ଯ୍ୟ ସମଗ୍ର ରାଜ୍ୟ ପାଇଁ ମଧ୍ୟ ଚର୍ଚ୍ଚାର ବିଷୟ ହେବା ସହ ପ୍ରେରଣାର ଉସô ହୋଇପାରିବ । ଏହାସହ ଏଭଳି ଦଃୁଖୀ ଲୋକଙ୍କୁ ବଦାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ ମାନେ ସହାୟତାର ହାତ ବଢାଇବାକୁ ନିବେଦନ କରାଯାଇଛି ।
ସରକାରଙ୍କ ଜନହିତକର କାର୍ଯ୍ୟର ପ୍ରସାର କରୁଥିବା କଳାକାରଙ୍କ ଚିକିସôା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
|
December 18, 2020 |