ଚଣ୍ଡିଖୋଲ, ୫/୨ (ସନ୍ଧାନ ନିୟୁଜ) ଭାରତ କୃଷି ପ୍ରଧାନ ଦେଶ ଓ କୃଷକ ଦେଶର ମେରୁଦଣ୍ଡ । ତେଣୁ କେନ୍ଦ୍ର ସରକାର ପୁଂଜିପତିଙ୍କ ସ୍ୱାର୍ଥପାଇଁ ତିନୋଟି କଳା ଆଇନ୍ ଆଣି ନିଲାମ୍ କରିବାକୁ ବସିଛନ୍ତି । ମଣ୍ଡିି ବଦଳରେ କର୍ପୋଟର ସଂସ୍ଥା କୃଷକର ଭାଗ୍ୟ ନିର୍ଦ୍ଧାରଣ କରିବ । ତେଣୁ ଚାଷୀ ବିପର୍ଯ୍ୟସ୍ଥ ହେବ । ଯାହାକି କେନ୍ଦ୍ର ସରକାର କୃଷକମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଲା ପରି କୃଷି ମାରଣ କଳା ଆଇନ୍କୁ ସଂସଦରେ ପାଶ୍ କରିଛନ୍ତି । ଏହି ଆଇନ୍କୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବିରୋଧ କରି ରାସ୍ତାରୋକ ବା ଚକାଜାମ୍ ଆନ୍ଦୋଳନ ହୋଇଯାଇଛି । ଗତ କାଲି ଚକାଜାମ୍ ଡ଼ାକରାକୁ ସମର୍ଥନ କରି ଦିବା ୧୨ ଘଟିକାରୁ ଅପରାହ୍ନ ୩ ଘଟିକା ଯାଏ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଛକରେ ନିଖିଳ ଓଡିଶା କୃଷକ ସଂଘଠନ ସମେତ ଅନ୍ୟ କେତେକ ସଂଘଠନ ପକ୍ଷରୁ ଚଣ୍ଡିଖୋଲ ଠାରେ ବନ୍ଦ ପାଳନ କରାଯାଇଥିଲା । ସରକାର ଦଳିତ ଆଦିବାସୀଙ୍କ ମୈାଳିକ ସାମ୍ବିଧାନିକ ଅଧିକାର ସୁରକ୍ଷାରେ ବିଫଳ ହୋଇଛନ୍ତି ବୋଲି କହିଥିଲେ । ଏପରକି ବନ୍ଦରେ ବହୁ ଗାଡିମଟର ରାସ୍ତାର ଉଭୟ ପାର୍ଶ୍ୟରେ ଛିଡା ହୋଇଥିଲା । ସେହିପରି କମ୍ୟୁନିଷ୍ଟ୍ ପାର୍ଟି ପକ୍ଷରୁ ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ ।
ସରକାରଙ୍କ କୃଷି ଆଇନ୍ କୃଷକଙ୍କ ମେରୁଦଣ୍ଡକୁ ଶକ୍ତ ଆଘାତ; ଚଣ୍ଡିଖୋଲରେ ଚକା ଜାମ୍ ସଫଳ
|
February 6, 2021 |
![](https://sandhannews.com/wp-content/uploads/2021/02/WhatsApp-Image-2021-02-06-at-7.56.37-PM.jpeg)