ସରକାରଙ୍କ ଅବହେଳା: ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ ପ୍ରତିଷ୍ଠାରେ ବିଳମ୍ବ

Spread the love

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାଲେଶ୍ୱରରେ ଆୟୁଷ ଡାକ୍ତରଖାନା ନେଇ କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କ ପତ୍ର
– ରେମୁଣା ବିଧାୟକ ଗୋବିନ୍ଦ ଦାସଙ୍କ ଚିଠି ଦ୍ୱାରା ଅନୁରୋଧ କ୍ରମେ ବାଲେଶ୍ୱରରେ ଏହି ଡ଼ାକ୍ତରଖାନା ପ୍ରତିଷ୍ଠ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିଲେ ଅନୁରୋଧ

ନୂଆଦିଲୀ/ଭୁବନେଶ୍ୱର,୨୧/୧୨ (ସନ୍ଧାନ ନିୟୁଜ) -ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ ପ୍ରତିଷ୍ଠାରେ ସମସ୍ୟା ଉପୁଜିଛି ବୋଲି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି। ପୂର୍ବରୁ ଢେଙ୍କାନାଳ ଓ ବ୍ରହ୍ମପୁରରେ ପ୍ରସ୍ତାବିତ ହସପିଟାଲ ପାଇଁ ରାଜ୍ୟ ସରକାର ସ୍ଥିତିର ଅଗ୍ରଗତି କିମ୍ବା ଅର୍ଥନୈତିକ ଅଗ୍ରଗତି ଉପରେ ଅବଗତି କରି ନଥିବା କାରଣରୁ ବାଲେଶ୍ୱରରେ ହେବାକୁ ଥିବା ପ୍ରକଳ୍ପ ଅନୁମୋଦନ ପାଇଁ ପ୍ରଶାସନିକ ସମସ୍ୟା ରହିଛି ବୋଲି ଶ୍ରୀ ନାଏକ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଚିଠି ଲେଖି ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେମୁଣାର ବିଧାୟକ ଗୋବିନ୍ଦ ଦାସ ତାଙ୍କ ନିକଟକୁ ପଠାଇଥିବା ଚିଠିକୁ ଉଦ୍ଧୃତ କରି ଗତ ନଭେମ୍ବର ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନାଏକଙ୍କୁ ଚିଠି ଲେଖିଥିବା ବେଳେ ମନ୍ତ୍ରୀ ଶ୍ରୀ ନାଏକ ଏହାର ଉତର ଦେଇ ଏହି ଚିଠି ଲେଖିଛନ୍ତି।

କେନ୍ଦ୍ର ଆୟୁଷମନ୍ତ୍ରୀ ଉଲେଖ କରିଛନ୍ତି ଯେ, ୨୦୧୬-୧୭ ଆର୍ଥିକ ବର୍ଷରେ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ୫୦୦ ଲକ୍ଷ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ୩୦୦ ଲକ୍ଷ ଟଙ୍କା ଯଥାକ୍ରମେ ଢେଙ୍କାନାଳ ଓ ବ୍ରହ୍ମପୁରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ ନିର୍ମାଣ ପାଇଁ ଅର୍ଥ ଅନୁମୋଦନ କରିଥିଲେ। ତେବେ ରାଜ୍ୟ ସରକାର ବିଗତ ଦିନର ଅନୁମୋଦନ ରାଶି ଉପରେ ବିନିଯୋଗ ନେଇ କୌଣସି ରିପୋର୍ଟ ଦେଇନଥିବା ହେତୁ ବାଲେଶ୍ୱରରେ ପ୍ରସ୍ତାବିତ ଆୟୁଷ ହସପିଟାଲ ଅନୁମୋଦନ କରାଯାଇ ପାରୁନାହିଁ ବୋଲି ସେ ତାଙ୍କ ପତ୍ରରେ ଉଲେଖ କରିଛନ୍ତି। ରାଜ୍ୟ ସରକାର ପୁରୁଣା ଦୁଇ ପ୍ରକଳ୍ପର ବିନିଯୋଗ ପ୍ରମାଣପତ୍ର ଦେବାସହ ବାଲେଶ୍ୱରରେ ଏହି ଡାକ୍ତରଖାନା ନିର୍ମାଣ ପାଇଁ ବାର୍ଷିକ ଯୋଜନାରେ ସାମିଲ କରି ପ୍ରସ୍ତାବ ପଠାଇବା ପାଇଁ ପରାମର୍ଶ ଦେଇଛନ୍ତି।/odiapua

Related Posts

About The Author

Add Comment