ସମୟ

Spread the love

୧–  କେବେ କେବେ କେମିତିରେ ସମୟ ତ ତୁହି
      କେତେ ତୁ ଆପଣା ପର ଦେଇଥାଉ କହି।
୨–  ତୁ ଥିଲେ ଭଲ ହୋଇ ସଭିଏଁ ନିଜର
      ତୁ ଟିକେ ୠଷି ଗଲେ କିଏ ବା କାହାର।
୩–  ସହିନାହୁଁ କେବେ ତୁହି ଗରବ କାହାର
     ଏ କଥା ଏବେର ନୁହେଁ ପୁରାଣ ଯୁଗର।
୪–  ଯଦି କେବେ ମୋଡ଼ ଟିକେ ତୁହି ବଦଳାଉ
      ସବୁ କିଛି ଭୁଲ୍ ହୁଏ ଠିକ୍ ଥାଉ ଥାଉ।
୫– ଯେତେବେଳେ ଚଳିଥାଉ ଆଗେ ଆଗେ କାର
     ସେତେବେଳେ ପଥ ତାର ଥାଏ ପରିଷ୍କାର।
୬– କାଳର ଆବଦ୍ଧ ମଧ୍ୟେ ସଭିଏଁ ଅଛନ୍ତି
     ତଥାପି ଗରଵ ଭାବେ ସଭିଏଁ ବଞ୍ଚନ୍ତି।
୭– କହରେ ସମୟ ତୁହି କେବେ ମୋ ଜୀବନେ
     ଦୁଃଖ ଦୂର କରି ଖୁସି ଭରିଦେବୁ ମନେ।
୮– ରଖିଅଛି ଆଶା ମୁହିଁ ମରିନି ବିଶ୍ୱାସ
    ସେତେବେଳ ଯାଏଁ ଥାଉ ମୋହରି ନିଃଶ୍ୱାସ

Related Posts

About The Author

Add Comment