ସମୟର ସ୍ରୋତ

Spread the love
ସମୟ ସ୍ରୋତରେ
ବିତି ଯାଉଛି ଦିନ ପରେ ଦିନ ।
ବିଗତ ଅତୀତ ପାଲଟି
ଯାଉଛି ସ୍ମୃତି ।
ବେସ ବଳବାନ ଏ
ସମୟର ଚକ ,
ସବୁ ବେଳେ ଚାଲେ
 ତାର  ନିରବଛିନ୍ନ ଗତି ।।

Aswani Bag, Poeter and Teacher

ଏ ସମୟର ସ୍ରୋତ ଦେଇଥିଲା
କେତେ ବନ୍ଧୁ ମିଳନ ।
ପୁଣି କେବେ
ଆପଣାର ବିୟୋଗରେ
ରୁନ୍ଧି ହେଲା ଛାତି ।।
ମାତ୍ର ସମୟ ତ ବଳବାନ
ସବୁ ବେଳେ ଚାଲେ
ତାର ନିରବଚ୍ଛିନ୍ନ ଗତି ।।
ଏ ସମୟ ସ୍ରୋତରେ
ହଠାତ ଦିନେ ତୁମ ସହ
ହୋଇ ଥିଲା ଦେଖା ।
ଅଦିନିଆ ମେଘ ପରି ଆସି
ମୋ ହୃଦୟରେ ବରଷି
ଯାଇଥିଲ।
ଆମ ସମ୍ପର୍କରେ ମଧୁରତା ଭରିଲ ।।
ହେଲେ ଭାଗ୍ୟର ବିଡମ୍ବନା
କେଜାଣେ କାହିଁକି
ଆମ ସମ୍ପର୍କରେ
ପୂର୍ଣାହୁତି ପକାଇଲ ।
ବିଜୁଳୀ କନ୍ୟା ଭଳି
ନିମସ ମଧ୍ୟରେ
ଦୁରେଇଗଲ ।।
ହେଲେ ଆଜି ବି
ମୋ ହୃଦୟର
ପ୍ରତିଟି କୋଣ
 ଅନୁକୋଣରେ ରହିଛ
ଏକ ଅମ୍ଳାନ ସ୍ମାରକଟିଏ ପରି ,
ଆଜି ବି ତୁମକୁ
ଏ ଅବୁଝା ମନ
ଝୁରିମରେ ନୀତି ।
ସମୟ ତ ବଳବାନ
ସବୁ ବେଳେ ଚାଲେ
ତାର ନିରବଚ୍ଛିନ୍ନ ଗତି ।।
ଅଶ୍ବିନି କୁମାର
ସହକରୀ ଶିକ୍ଷକ
ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଚକଳାପଦର
ଝରିଗାଁ ନବରଙ୍ଗପୁର

Related Posts

About The Author

Add Comment