କୁଳିଅଣା, ୦୩.୦୧.୨୦୨୧(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା): ବାରିପଦା ବିଭାଜନ ଅନ୍ତର୍ଗତ ଗ୍ରାମ ଉନ୍ନୟନ ବିଭାଗ, କୁଳିଅଣା ସେନ୍ସନ ଅଧୀନରେ , ହେଉଥିବା ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟ ଠିକଣା ସମୟରେ ସରୁନି । ଏହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ୧୮ ନଂ ଜାତୀୟ ପାଜପଥରୁ ପଳାସବଣି ପର୍ଯ୍ୟନ୍ତ ୪ କିମି ରାସ୍ତା ନିର୍ମାଣ ପାଇଁ ୧ କୋଟି ୫୦ ଲକ୍ଷ ୯୬ ହଜାର ଟଙ୍କା ଅଟକଳ ଥିବାବେଳେ ୨୦୧୮ ମସିହାରୁ କାମ ଆରମ୍ଭ ହୋଇଥିଲା । ୨୩ ଫେବୃୟାରୀ ୨୦୧୯ ସୁଦ୍ଧା ଏହାକୁ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟଥିଲା । ହେଲେ ଆଜିଯାଏ ମାତ୍ର ୩.୫ କିମି ରାସ୍ତା ନିର୍ମାଣ ହୋଇଛି। ସେହିପରି ୧୮ ନଂ ଜାତୀୟ ରାଜପଥରୁ ଆନିଆଁପାଳ ପର୍ଯ୍ୟନ୍ତ ୨.୫ କିମି ରାସ୍ତା ନିର୍ମାଣ ବାବଦକୁ ୯୯ ଲକ୍ଷ ୪୬ ହଜାର ଟଙ୍କା ଅନୁମୋଦନ ହୋଇଥିବାବେଳେ ଏହା ମଧ୍ୟ ୨୦୧୯ ମସିହା ସୁଦ୍ଧା ସରିବାର ଥିଲା । ଆଜିଯାଏ ୨ କିମି ରାସ୍ତା ମେଟାଲିଂ ହୋଇଥିଲେ ମଧ୍ୟ ପିଚୁ ହୋଇନି। ଏପଟେ ରାସ୍ତାରୁ ମେଟାଲ ଉଠିଗଲାଣି। ଏହି ରାସ୍ତା ଜନବହୁଳ ଗ୍ରାମଗୁଡିକୁ ସଂଯୋଗ କରୁଥିବାରୁ ଲୋକେ ଅଧିକ ନିର୍ଭରଶୀଳ ତେଣୁ ଏହାକୁ ନେଇ ଅସନ୍ତୋଷ କୁହୁଳିଲାଣି। ସମ୍ପୃକ୍ତ ଠିକାଦାରଙ୍କୁ ଗ୍ରାମ ଉନ୍ନୟନ ବିଭାଗର ଯନ୍ତ୍ରୀମାନେ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ ୨ ବର୍ଷ ଗଡିଲେ ବି ରାସ୍ତା କାମ ସମ୍ପର୍ଣ୍ଣ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି।
ସମୟ ଗଡିଲାଣି ,ସରୁନି ରାସ୍ତା କାମ
|
January 3, 2021 |