ସମ୍ବଲପୁର ତାରିଖ:୧୫/୦୫/୨୩( ସନ୍ଧାନ ନିଉଜ /ହେମନ୍ତ ଭଇଁଷା) ସମ୍ବଲପୁର ସୁନାପାଲି ଠାରେ ଗତ ଶନିବାର ସଂନ୍ଧ୍ୟାରେ ପୋଲିସକୁ ସୂଚନା ମିଳିଥିଲା ଯେ ଗୋଟିଏ ବନ୍ଦ ଘର ରୁ ମଣିଷ ମରା ଗନ୍ଧ ବାହାରୁଛି ।ଏହି ଖବର ଦେଇଥିଲେ ମୃତକଙ୍କ ମା ଯେ କି ମୁଜଫରପୁର ଠାରେ ରୁହନ୍ତି। ତାଙ୍କର ଝିଅର ଫୋନ କରିବାରୁ ଫୋନ ନ ଉଠାଇବାରୁ ସେ ଶନିବାର ପୁଅ ସାଙ୍ଗରେ ଝିଅ ଘରକୁ ଆସି ଦେଖନ୍ତି କି ଘର ବାହାର ପଟୁ ବନ୍ଦ ଅଛି। ତାପରେ ପୋଲିସ ଓ ମାଜିଷ୍ଟ୍ରେଟ ସହାୟତାରେ ଘର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ଭିତରେ ଦେଖିବାକୁ ମିଳେ ଜଣେ ମହିଳା ଓ ଦୁଇ ଜଣ ଶିଶୁର ମରଶରୀର ଖଟ ଉପରେ ପଡିଛି । ମୃତ୍ୟୁକୁ ୪ ରୁ ୫ ଦିନ ହେଇଯାଇ ଥିବାରୁ ସେଥିରୁ ପ୍ରଚୁର ଦୁର୍ଗନ୍ଧ ବାହାରୁଥିଲା। ମୃତକ ବିଧବା ମହିଳା ସାଜିଆ ପରବିନ (୩୨),ପୁଅ ଅବଦୁଲ ରେହମାନ(୯), ଝିଅ ହୁମାଇରା ତାଏବ (୭) ସେମାନେ ଘରରେ ପ୍ରଥମ ମହିଳାରେ ରହୁଥିବା ବେଳେ ତଳଘରକୁ ଭଡ଼ା ଆକାରରେ ସଲମାନ ଅହମଦ କୁ ଦେଇଥିଲେ। ଘଟଣା ପରେ ସଲମାନ ଫେରାର ଥିବାରୁ ତାହା ଉପରେ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ସନ୍ଦେହ କରୁଛି।ହରିୟାଣା ମୂଳ ବାସିନ୍ଦା ସଲମାନ ଅନେକ ଅପରାଧିକ କାର୍ଯ୍ୟକଳାପ ଲିପ୍ତ ଥିବାର ସହ ନିକଟରେ ଜେଲ୍ ଯାଇଥିବା ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ ସୂଚନା ଦେଇଛନ୍ତି। ଦେଖିବାକୁ ବାକି ରହିଲା ପୋଲିସର ତଦନ୍ତ କେତେ ଆଗକୁ ଯାଉଛି ଓ ଅପରାଧୀ କେତେ ଶୀଘ୍ର ପୋଲିସ ହାତରେ ଧରାପଡୁଛି।
ସମ୍ବଲପୁର ସୁନାପାଲି ଗଣହତ୍ୟା ଘଟଣାର ସତ୍ୟତା ଏବେ ବି ଅସ୍ପଷ୍ଟ
|
May 15, 2023 |



