ସମ୍ବଲପୁର/ସନ୍ଧାନ ନ୍ୟୁଜ:ରବିବାର ସନ୍ଧ୍ୟାରେ ହୀରାକୁଦ ଠାରେ ଏକ ବିରାଟ ଜନସଭାର ଆୟୋଜନ କରାଯାଇଥିଲା । ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ଦଳ ତରଫରୁ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ବିଜେପି ଓ କଂଗ୍ରେସ ଦଳ ଛାଡି ଶହଶହ ସଂଖ୍ୟାରେ କର୍ମୀମାନେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ପ୍ରଣବ ପ୍ରକାଶ ଦାସ ଦଳରେ ମିଶିଥିବା ସମସ୍ତ କର୍ମୀମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ସେ କହିଥିଲେ । ମା ସମଲେଶ୍ୱରୀଙ୍କ ଡାକରାରେ ଏଠାକାର ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି । ଏଠାକାର ଭାଇଭଉଣୀ ଙ୍କ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଖି ମୁଁ ଭାବବିହ୍ୱଳ । ସମ୍ବଲପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରାଟ ଚିନ୍ତାଧାରା ରହିଛି । ସମ୍ବଲପୁର, ବୁର୍ଲା, ହୀରାକୁଦ, ରେଙ୍ଗାଲିକୁ ମିଶାଇ ଏକ ବୃହତ ସହର କରିବାକୁ ଯୋଜନା ରହିଛି । ମୁଁ ଆପଣଙ୍କୁ ଦୃଢ ନିଶ୍ଚିତ କରୁଛି ଏଠାକାର ବିକାଶ କରିବା ଦାୟିତ୍ୱ ମୋର ବୋଲି କହିଥିଲେ । ହୀରାକୁଦ ଅଞ୍ଚଳରେ ଲାଗି ରହିଥିବା ଜଳସମସ୍ୟାର ସମାଧାନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ଆପଣମାନେ ମନେରଖିବା ଦରକାର କିଏ କାମ କରୁଛନ୍ତି ଓ କିଏ ପ୍ରଚାର କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରୋହିତ ପୂଜାରୀ ଓ ପ୍ରଣବ ପ୍ରକାଶ ଦାସ ଆପଣମାନଙ୍କର ସମସ୍ୟାର ସମାଧାନ କରିବାକୁ ଏଠାକୁ ଆସିଛନ୍ତି । ଯେତେବେଳେ କାର୍ତ୍ତିକ ପାଣ୍ଡିଆନ ଏଠାକୁ ଆସିଥିଲେ ଆପଣମାନେ ତାଙ୍କୁ ବିଜୁଳୀ ସମସ୍ୟା ସର୍ମ୍ପକରେ ଜଣାଇଥିଲେ । ଆସନ୍ତା ଜୁଲାଇ ମାସରୁ ଆପଣଙ୍କ ବିଜୁଳୀ ଫ୍ରି ହେବାକୁ ଯାଉଛି ବୋଲି ପ୍ରଣବ ପ୍ରକାଶ କହିଥିଲେ । ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା କରନ୍ତି । ଏଥର ସମ୍ବଲପୁରର ପ୍ରତିନଧିତ୍ୱ ବଦଳାଇବାକୁ ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ପଡିବ । ଯେଉଁ ୫ ବର୍ଷ ପ୍ରତାରଣାରେ କଟିଛି ତାର ଜବାବ ଦେବାକୁ ପଡିବ । ରାଜ୍ୟ ସରକାର ତ ଆପଣଙ୍କ ସାଥୀରେ ଅଛନ୍ତି । କିନ୍ତୁ କେନ୍ଦ୍ରରୁ ଆପଣଙ୍କ ହକ ଆଣିବାକୁ ଲଢେଇ କରିବାକୁ ପଡିବ ବୋଲି କହିଥିଲେ ପ୍ରଣବ ପ୍ରକାଶ । ସମ୍ବଲପୁର, ଅନୁଗଳ, ଢେଙ୍କାନାଳ ଅଞ୍ଚଳରୁ କେନ୍ଦ୍ରସରକାର ୫୦ ହଜାର କୋଟି ଟଙ୍କା ବର୍ଷକୁ ନେଉଛନ୍ତି । ପ୍ରତିବଦଳରେ କିଛି ଦେଉନାହାନ୍ତି । ଏହାର ଜବାବ ମାଗିବାକୁ କେହିନାହାନ୍ତି । ଆପଣମାନେ ଯାହାକୁ ବାଛି କେନ୍ଦ୍ରକୁ ପଠେଇଥିଲେ ସେମାନେ ଚୁପ ବସିଛନ୍ତି । ତେଣୁକରି ଏ ନିଷ୍ପତ୍ତି ଆପଣଙ୍କର ବୋଲି ଆହ୍ୱାନ କରିଥିଲେ ପ୍ରଣବ ପ୍ରକାଶ । ବିକାଶ ବିରୋଧୀଙ୍କୁ ଉଚିତ ଜବାବ ଦେବା ସହିତ ଦୁଇଥର ଶଙ୍ଖଚିହ୍ନରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଣବ ପ୍ରକାଶଙ୍କ ସହିତ ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ଉପସ୍ଥିତ ଥିଲେ ।
ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳରୁ ବାର୍ଷିକ ୫୦ ହଜାର କୋଟି ରାଜସ୍ୱ ନେଉଛନ୍ତି କେନ୍ଦ୍ର ସରକାର
|
May 13, 2024 |