ସମ୍ବଲପୁର ତାରିଖ:-୦୯/୦୫/୨୦୨୩( ସନ୍ଧାନ ନିଉଜ /ହେମନ୍ତ ଭଇଁଷା) ଆଜି ସମ୍ବଲପୁରରେ”ମୋ ବସ୍” ଚଳାଚଳ କରିବା ଉଦ୍ଦେଶ୍ଯ ରେ ସମ୍ବଲପୁର ର ସାମାଜିକ ସଂଗଠନ “ଆୱାଜ୍” ଦ୍ୱାରା ଏକ ଦାବିପତ୍ର ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।ଦୀର୍ଘ ବର୍ଷ ପୂର୍ବରୁ ସମ୍ବଲପୁର କୁ ମହାନଗର ଘୋଷଣା କରାଯିବା ପରେ ଆବଶ୍ୟକୀୟ ଭିତ୍ତିଭୂମି ଥାଇ ମଧ୍ଯ “ମୋ ବସ୍” ପରି ଜରୁରୀ ସେବା ଆରମ୍ଭ ହୋଇ ପାରିନାହିଁ।ଫଳରେ ସହର ତଥା ଆଖପାଖ ଅଞ୍ଚଳର ଲୋକମାନେ ଅସୁବିଧାର ସମ୍ମଖୀନ ଦୀର୍ଘଦିନ ହେବ ହେଉଛନ୍ତି। ସେ ଅସୁବିଧାକୁ ଦୃଷ୍ଟିରେ ରଖି ସାମାଜିକ ସଂଗଠନ” ଆୱାଜ୍” ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ଏକ ଦାବିପତ୍ର ସମ୍ବଲପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।ରେଳଷ୍ଟେସନ ହେଉ ଅବା ବୁର୍ଲା ଡ଼ାକ୍ତରଖାନାକୁ ଯିବାକୁ ହେଲେ ଅଟୋରେ ଯାତ୍ରା କରି ଲୋକେ ଅନେକ ଖର୍ଚ୍ଚାନ୍ତ ର ଶିକାର ହେଉଛନ୍ତି । ସେହିପରି ଭାବରେ ପରିବହନ ବିଭାଗର କାର୍ଯ୍ୟାଳୟ, ନଗରପାଳିକା କାର୍ଯ୍ୟଳୟ ସହରରୁ ଦୂରରେ ଥିବାରୁ ଗମନାଗମନରେ ଅସୁବିଧା ହେଉଛି ବୋଲି “ଆୱାଜ୍” ସଂସ୍ଥା ପକ୍ଷରୁ ଏହାର ପ୍ରତିକାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି।ସାମାଜିକ ସଂଗଠନ ପକ୍ଷରୁ ଗତ ଶନିବାର ଦିନ ସନ୍ଧ୍ୟାରେ ଏକ ବୈଠକ ବସି ସହରରେ ଲୋକଙ୍କ ପାଇଁ ମୋ ବସ ସେବା କିପରି କାର୍ଯ୍ୟକାରୀ ହେବ ତା ବିଷୟରେ ଆଲୋଚନା କରି ଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସାମାଜିକ ସଂଗଠନ “ଆୱାଜ୍” ର ସଭାପତି ଶ୍ରୀଯୁକ୍ତ ଅରବିନ୍ଦ ନାଏକ, ସଂପାଦକ ଶ୍ରୀଯୁକ୍ତ ମହେଶ କୁମାର ପଣ୍ଡା,ସଂଯୋଜକ ଶ୍ରୀଯୁକ୍ତ ସଂଜୀବ କୁମାର ମିଶ୍ର,କୋଷାଧ୍ୟକ୍ଷ ଶ୍ରୀ ସାର୍ଥକ ମୁନି, ଜନାର୍ଦ୍ଦନ ଛୁରିଆ,ବଂଶୀଧର ସାହୁ, କମଳ ପଣ୍ଡା ପ୍ରମୁଖ ଉପସ୍ଥିତ ହୋଇ ଦାବିପତ୍ର ପ୍ରଦାନ କରିଥିଲେ।
ସମ୍ବଲପୁରରେ”ମୋ ବସ୍” ଚଳାଚଳ ଆରମ୍ଭ କରିବାକୁ “ଆୱାଜ୍” ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
|
May 10, 2023 |
![](https://sandhannews.com/wp-content/uploads/2023/05/WhatsApp-Image-2023-05-09-at-11.14.58-AM.jpeg)