ସମ୍ପାଦକୀୟ- ପରିବର୍ତ୍ତନ ଆବଶ୍ୟକ ନୁହେଁ ଜରୁରୀ
ରାଜ୍ୟରେ ଗଣତନ୍ତ୍ର ସରକାରରେ ଅଗଣତାନ୍ତ୍ରୀକ ଧାରା ପଶିସାରିଛି । ରାଜ୍ୟରେ କ୍ରାଇମଧାରା ଠାରୁ ଲୁଟ୍, ଠକିବା, ଜମି, ଦଲାଲି, ଜନସାଧରଣ ଅସୁରିକ୍ଷିତ ସହିତ ନାରୀ ଏବଂ ନାବାଳିକ ମଧ୍ୟ ଅସୁରିକ୍ଷିତ ଅବସ୍ଥାରେ ଦିନ କାଟୁଛନ୍ତି । ଯେତେବେଳେ ଜଣେ ରାଜା ବହୁ ବର୍ଷ ଧରି କ୍ଷମତାରେ ଅସୀନ ହୋଇଥାଏ ସେତେବେଳେ ଗଣତନ୍ତ୍ରରେ ଧାରାରେ ଅଗଣତାନ୍ତ୍ରିକ ଧାରା ପ୍ରବେଶ କରିଥାଏ । ଯଦି ଆମେ ବିକାଶଶୀଳ ରାଷ୍ଟ୍ର ଗୁଡିକକୁ ବିଚାରକୁ ନେବା ତେବେ ଏହା ସ୍ପଷ୍ଟ ହୁଏ ସେଠାରେ ପ୍ରତି ପାଂଚ ବର୍ଷରେ ସରକାର ଜନତାଙ୍କ ଦ୍ୱାରା ପ୍ରତ୍ୟାକ୍ଷ୍ୟନ ହୋଇଥାଏ । ଏହାର ମାନେ ନୁହେଁ ଯେ ସେ ସରକାର ବିକାଶ କରିବାରେ ଅସମର୍ଥ କିନ୍ତୁ ବାସ୍ତବରେ ସେଠାକାର ଜନସାଧରଣ ବୁଦ୍ଧିଜୀବିଙ୍କ କଥାକୁ ଭରଷା କରି ନିର୍ବାଚନରେ ସରକାରଙ୍କୁ ଗାଦିଚୁତ୍ୟ କରିବାକୁ ଆଗେଇ ଆସିଥାନ୍ତି । ଯେମିତି ୧୨ଶହ ଶତାଦ୍ଧୀରେ ଆମ ପୁରାତନ ରାଜଧାନୀ ଉକôଳରେ ଜଣେ ବୁଦେ୍ଧା÷ ସନ୍ୟାସୀ କଥାରେ ଏକାବେଳେ ଶହ ଶହ ବ୍ରାହ୍ମଣକୁ ବୌଦ୍ଧର ଧର୍ମଧାରାକୁ ପରିବତ୍ତିତ କରାଇପାରୁଥିଲେ । କାରଣ ଥିଲା ବ୍ରାହ୍ମଣଧର୍ମ କିଳସିତ ହୋଇଥିଲା । କିନ୍ତୁ ଆଜିର ସମୟରେ ବୁଦ୍ଧିଜୀବିଙ୍କ କଥା ଶୁଣିବାକୁ ଅଜ୍ଞାନ ଲଭିଥିବା ମଣିଷଟି ମାତ୍ର ୧ଟଙ୍କାରେ ଚାଉଳ ପାଇବା ଏବଂ ନିଜକୁ କର୍ମକୋଢ଼ିଆରେ ପରିଣତ କରିବା ସହିତ ରାଜ୍ୟରେ ସରକାର ୧ନମ୍ବର କହିବାକୁ ଲୋକ ସୃଷ୍ଟିକରିବାରେ ସମର୍ଥ । ଏମାନଙ୍କ ମଧ୍ୟରୁ କେହିବି ଗୁଗୁଲରେ ନିର୍ବାଚନ ମଇଦାନରେ ରହିଥିବା ନେତାଙ୍କ ବପିକ୍ଷରେ କେକେ କେସ ରହିଛି ସେମାନେ କଣ କଣ କାର୍ଯ୍ୟ କରିଛନ୍ତି ଇତ୍ୟାଦିର ଅନୁସନ୍ଧାନ କରନ୍ତିନି । କେହିବି ତାଙ୍କର ଚିନ୍ତାଧାରା ଏବଂ ବିକାଶଶୀଳ କାର୍ଯ୍ୟକୁ ପରଖିନାହାନ୍ତି । କେବଳ ଅନ୍ଧ ଭାବେ ସେମାନଙ୍କ ହାତକୁ ସମସ୍ତ କ୍ଷମତା ଦେଇ ନିଜର ଦାୟିତ୍ୱ ସାରିବାରେ ସେମାନେ ସଫଳ ପାଇଥାନ୍ତି ବୋଲି ଭାବି ନିଅନ୍ତି । ରାଜ୍ୟରେ ପ୍ରମୁଖ ଦଳର ପ୍ରାଥୀ ମାନଙ୍କ ତାଲକାକୁ ଦେଖିଲେ ଯେପରି ରାଜ ରାଜୁଡା ଶାସନରେ ନିଜର ପିତା ଏବଂ ସମ୍ପର୍କିୟ ମାନେ ଗାଦିରେ ଅସୀନ ହେଉଥିଲେ ସେଭଳି ମନେ ହେଉଅଛି । ସେହି ରାଜା ଏତେମାତ୍ରାରେ ସ୍ୱଚ୍ଛାଚରୀ ହୋଇ ଅପରାଧୀ ତାଲିକରେ ସର୍ବଚ୍ଚରେ ରହିଥିଲେ ମଧ୍ୟ ତାଙ୍କର ଜୟଜୟକାର କରିବାରେ ମୁଖକୁ ବରତ ଦେଉନାହାନ୍ତି । ଅନ୍ୟ ପଟରେ ରାଜ୍ୟରେ କ୍ଷମତାଶୀଳ ରହିଥିବା ସରକାର ନିଜର ସ୍ୱଚ୍ଛତା ଚଳିତ ନିର୍ବାଚନରେ ଏତେମାତ୍ରାରେ ଦେଖାଇଛନ୍ତି ଯେ ଯେପରି ‘ଚଟୁ ଆମିଷ ଆଉ ବେଂଟ ନିରାମିଷ’ ନ୍ୟାୟରେ ପାର୍ଥୀ ଚୟନ କରିସାରିଛି । ଅନ୍ୟ ଓଡିଆ ଲୋକରୁଡି ଅନୁସାରେ ‘ଅବୁଝା ରାଜ୍ୟରେ ପାଳବିଣ୍ଡା ମନ୍ତ୍ରୀ’ ଭଳି ରାଜ୍ୟ ସରାକରଙ୍କ ଚଳାଉଥିବା ତଥାକଥିତ ବୁ୍ୟରୋକ୍ରାଟ ଏବଂ ମାତ୍ର ସମାନ୍ୟ ସ୍ନାତକ ଶିକ୍ଷା ଗ୍ରହଣ କରିନଥିବା ମନ୍ତ୍ରୀ ବାବୁ ମାନେ ନିଜ କାର୍ଯ୍ୟ କରିବାରେ ବ୍ୟସ୍ତ ରହିଛନ୍ତି । ତେବେ ଏମାନଙ୍କ ପାଇଁ ପ୍ରଶାସନ ଯିଏକି ସର୍ବଚ୍ଚୋ ଶିକ୍ଷାଗତ ଯୋଗ୍ୟତା ଲାଭକରି ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ମାତ୍ର ଏମାନଙ୍କ ନିଜର ଅର୍ଥ ଲାଳସା ଏବଂ କ୍ଷମତା ଲାଳସା ପାଇଁ ଏହି ମନ୍ତ୍ରୀ ମାନଙ୍କ ନକଟରେ ନିଜକୁ ବଳି ପକାଇ ତାଙ୍କ କଥାରେ ଉଠୁ ବସ ହେବା ପାଇଁ କେବେହେଲେ ଶଙ୍କା ପ୍ରକାଶ କରୁନାହାନ୍ତି । ଦିନ ଥିଲା ଏଭଳି ସ୍ୱଚ୍ଛାଚାର ଶାସନର ଅନ୍ତ ପାଇଁ ପ୍ରାନ୍ସରେ ଭାର୍ସାଇଲ ଦୃର୍ଗର ପତନ ହେବା ସହିତ ଅସନ୍ତୋଷର ତ୍ରୀବ ଅଗ୍ନିଶୀଖାରେ ଦୃର୍ଗର ଖଣ୍ଡିଏ ଇଟା ମଧ୍ୟ ଜନସାଧରଣ ରଖିଦେଇନଥିଲେ । ରାଜ୍ୟରେ ପରିବର୍ତ୍ତନ ହାୱା ଯେଭଳି ଭାବରେ ବହୁଛି ତାହା ସେଭଳି ରହେ ତେବେ ବିକାଶ ହିଁ ଆଗକୁ ଯିବା ପାଇଁ ବାଟ ଦିଶିବ । ଅତଏବ ଭାରତ ଭଳି ବିଭିନ୍ନତା ମଧ୍ୟରେ ଏକତା ରହିଥିବା ରାଜ୍ୟ ଏବଂ ଦେଶରେ ପରିବର୍ତ୍ତନ ଅବଶ୍ୟବାମ୍ଭୀ ହୋଇପଡିଥିବା ବେଳେ ଓଡିଶାରରେ ତାହାର ଆବଶ୍ୟକତା ନୁହେଁ ବରଂ ଜରୁରୀ ସ୍ଥିତିରେ ପଂହଚି ସାରିଛି । ପାଶ୍ଚାତ୍ୟ ସଭ୍ୟତାରେ ଚିନ୍ତାଶୀଳ ମନୀଷ ମାନେ ନିଜର କଲମ ମୁନରେ ରାଜତନ୍ତ୍ରକୁ ବାଟ ଦେଖାଇବା ପାଇଁ ସବର୍ଦା ଉଦ୍ୟମ କରିଆସୁଥିଲେ । ସେହି ସମୟରେ ରାଜତନ୍ତ୍ର ପକ୍ଷରୁ ସେମାନଙ୍କୁ ଲୋପ କରିବାକୁ ପ୍ରୟାସ ମଧ୍ୟ ଚାଲୁଥିଲା । କିନ୍ତୁ ସାଧରଣ ଜନତା ସେହି ମହାମନୀଷଙ୍କ କଥାରେ ପରିଚାଳିତ ହୋଇ ରାଜତନ୍ତ୍ର ବିରୁଦ୍ଧରେ ବୃହତ ବିପ୍ଳବ ଗଢ଼ିତୋଳିବାରେ ସାହାର୍ଯ୍ୟ ହେଉଥିଲା । କିନ୍ତୁ ବର୍ତ୍ତମାନର ସମୟରେ ବୃଦ୍ଧିଜୀବୀର କଲମ ରାଜତନ୍ତ୍ରର ସପକ୍ଷରେ ଚାଲୁଛି । ଏପରକି ଅନ୍ୟ ସାଧରଣ ଜନତା ମଧ୍ୟ କଲମ ମୁନରେ ବିପ୍ଳବ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ମାନଙ୍କ ପାଖର ନରହି ସେହି ରାଜତନ୍ତ୍ରକୁ ପରୋକ୍ଷରେ ସ୍ୱଚ୍ଛାଚାର ହେବା ପାଇଁ ଅଧିକ ରୁ ଅଧିକ ବଳ ଯୋଗାଇବାରେ ବ୍ୟସ୍ତ ରହୁଛନ୍ତି । ଯଦି ରାଜ୍ୟ ତଥା ଦେଶର ସମସ୍ତ ଚିନ୍ତାଶୀଳ ବ୍ୟକ୍ତି ମାନେ ଥରେ ନିଜର ସୁ ମତିଷ୍କରେ ଦେଶର ହିତ ପାଇଁ ଚିନ୍ତନ କରିବେ ତେବେ ନିଶ୍ଚିତ ପରିବର୍ତନ ପାଇଁ ଆହ୍ୱାନ ମିଳିବ । ଆଉ ଏହି ଆହ୍ୱାନ ପାଇଁ ନିଜର ବ୍ୟକ୍ତିତ୍ୱ, ନିଜର ସ୍ୱାର୍ଥ, ନିଜର ଉନ୍ନତିକୁ ଜଳାଞ୍ଜଳୀ ଦେଇ ରାଷ୍ଟ୍ର ହିତରେ ନିଜର କଲମ ଏବଂ କାର୍ଯ୍ୟକୁ ଲାଗଇଲେ ହୁଏତ ରାଷ୍ଟ୍ର ଏବଂ ରାଜ୍ୟର ତଥା ସର୍ବପରି ସମାଜରେ ପରିବତର୍ତ୍ତନ ନିଶ୍ଚିତ ହୋଇପାରିବ । ଯାହାକି ରାଷ୍ଟ୍ରକୁ ବକାଶର ଚରମ ଶିଖରରେ ଉପନୀତ କରାଇବା ସହିତ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦେଶ ପାଇଁ ସୁନାମ ଆଣିଦେବ ।
ସମ୍ପାଦକ (ସନ୍ଧାନ ନିୟୁଜ)
Related Posts
About The Author