ରାଉରକେଲା, ୧୮/୧/୨୦୨୦ (ସନ୍ଧାନ ନିଉଜ) : ସମ୍ପର୍କରେ କଳଙ୍କ । ଅଶ୍ଳୀଳ ଭିଡିଓ ଦେଖାଇ ସାତ ବର୍ଷର ନାବାଳିକାକୁ ସମ୍ପର୍କୀୟ କକା ଦୁଷ୍କର୍ମ କିରଥିବା ଅଭିଯୋଗ । ଏପରି ଏକ ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି ସୁନ୍ଦରଗଡ ଭଷ୍ମା ଥାନା ଡୁମେରପୋଷ ଗ୍ରାମରେ । ତେବେ ଶିଶୁ କନ୍ୟାଟି ଘରେ ଏକୁଟିଆ ଥିବାବେଳେ ମଉକାର ଫାଇଦା ଉଠାଇ ଘରେ ପଶି ପ୍ରଥମେ ମୋବାଇଲରେ ଝିଅକୁ ଅଶ୍ଳୀଳ ଭିଡ଼ିଓ ଦେଖାଇବା ପରେ ତା ସହିତ ଜଘନ୍ୟ ଭାବରେ ଜୋବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ଝିଅର ଆଈ ଘରକୁ ଫେରି ଏହି ଘଟଣା ଦେଖିଥିବାବେଳେ ସେହି ସମୟରେ ଅଭିଯୁକ୍ତ ଘରୁ ଦୌଡି ପଳାଇ ଥିଲା । ତେବେ ଶିଶୁକନ୍ୟାର ବାପା ମାଆ ଉଭୟଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସେ ଆଈ ଘରେ ରହି ପାଠ ପଢୁଥିଲା ।
ସମ୍ପର୍କରେ କଳଙ୍କ : ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ କକା
|
January 18, 2020 |
