ସମାଜ ସେବୀ,ପତି ତପାବନଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ

Spread the love

ବଡ଼ଚଣା /୦୯/୧୦/ସନ୍ଧାନ ନିୟୁଜ୍/(ଉମାକାନ୍ତ ବେହେରା),,ମଣିଷ ମରିବ ଦିନେ, ଦେବତା ବି ଜନ୍ମହେଲେ ମରେ, ସଫଳ ମଣିଷ ସେହି ଯାହାପାଇଁ ଗୋଡିମାଟି ଝୁରେ।ଜାବତ ଜନମଂ, ତାବତ ମରନଂ।ଜନ୍ମନେଲେ, ମୃତ୍ୟୁ ସମସ୍ତଙ୍କ ଭାଗ୍ୟରେ ଦିନେନା ଦିନେ ଆସେ, କିନ୍ତୁ ସେହି ଲୋକହିଁ ଚିର ଅମର ହୋଇଯାଏ, ଯେ ନିଜେ ଜଳି ଅନ୍ୟକୁ ସତ ପଥରେ, ମୁକ୍ତି ପଥରେ, ଉର୍ଣ୍ଣତି ପଥରେ ପଥିକ ସଜାଏ,ସେ ହିଁ ଅମର ହୁଏ, ଯିଏ ଅନ୍ୟ ଅନ୍ତର ମର୍ମ ବେଦନା, ଭାବନା, ବ୍ୟଥା ବୁଝି ତା ମୁହଁରେ ଟିକେ ହସ ଦେଖି ଚିର ଶାନ୍ତି ଲାଭକରେ।ସେହିଭଳି ଜଣେ ବ୍ୟକ୍ତିତ୍ୱ ବନ୍ତଳା ଗ୍ରାମର, ବଡ଼ଚଣା ମାଟିର ବରପୁତ୍ର, ସୁଯୋଗ୍ୟ ସନ୍ତାନ,ଶାନ୍ତ, ସରଳ, ସ୍ନିଗ୍ଧ, ଚିର ଉଦାର ଓ ବଡ଼ଚଣା ମାଟି ପ୍ରଗତୀ ରଥର ଧୁରୀଣ ସାରଥୀ ସ୍ବର୍ଗତ ପତିତପାବନ ମହାପାତ୍ର।ଆଜି ତାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଅବସରରେ ମା ବ୍ରାହ୍ମଣୀ ଦେବୀ ଉର୍ଣ୍ଣୟନ ପରିଷଦ ଆନୁକୂଲ୍ୟରେ ଉର୍ଣ୍ଣୟନ ପରିଷଦର ସଭାପତି ଭବପ୍ରସlଦ ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳୀ ସଭା ପୁଣ୍ୟପିଠରେଅନୁଷ୍ଠିତ ହୋଇ ଯାଇଛି।ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଉର୍ଣ୍ଣୟନ ପରିଷଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଅନ୍ତରରୁ ଭଲ ପାଇବାର ସନ୍ତକ ସ୍ୱରୂପ  ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ସ୍ବର୍ଗତ ପତିତପାବନ ମହାପାତ୍ର ଜଣେ ସଫଳ ଶିଳ୍ପପତି ଅର୍ବୀଟାଲର ନିର୍ଦେଶକ ଭାବରେ ବୃତ୍ତି ଗ୍ରହଣ କରି କଟକରେ ଅବସ୍ଥାନ କରୁଥିଲେ ମଧ୍ୟ ତାଙ୍କର ମନ, ଆତ୍ମା, ହୃଦୟର ଆବେଗ ବଡ଼ଚଣା ବାସୀଙ୍କ ନିକଟରେ ବନ୍ଧା ପଡିଥିଲା।ସ୍ବର୍ଗତ ପତିତପାବନ ତାଙ୍କ ୬୮ ବର୍ଷ କାଳ ମଧ୍ୟରେ ମା ବ୍ରାହ୍ମଣୀ ଦେବୀ ପୀଠରେ ପ୍ରାସାଦ ନିର୍ମାଣ, ନିକଟସ୍ଥ ପୁଷ୍କରିଣୀ ଖନନ ଓ ଏହାର ଚତୁଃ ପାର୍ଶ୍ଵରେ ବାଟୀକା ନିର୍ମାଣ, ବନ୍ତଳେଶ୍ୱର ଓ ସ୍ବ ପ୍ନେଶ୍ୱର ମନ୍ଦିରର ନବୀକରଣ,ତାଳପଦl ଲକ୍ଷ୍ମୀ ନାରାୟଣ ପାଲା ମଣ୍ଡପ ନିର୍ମାଣ, ଗରିବ ଛାତ୍ରଛାତ୍ରୀ ମାନଙ୍କ ପଢାପାଇଁ i ଓ ରୋଗ ଯନ୍ତ୍ରଣାରେ ଜର୍ଜରିତ ପରିବାରକୁ ଶାରୀରିକ, ମାନସିକ ଓ ଅର୍ଥଦାନ ସହିତ ବଡ଼ଚଣା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର ସର୍ବାଙ୍ଗୀନ ଉର୍ଣ୍ଣତି ଓ କଳେବର ବୃଦ୍ଧିରେ ଅଗ୍ରଣୀ ସାରଥୀ ସାଜିଥିଲେ।ତାଙ୍କ ବିନା ବଡ଼ଚଣା ବିକାଶର ପରିକଳ୍ପନା ଅସମ୍ଭବ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ।

Related Posts

About The Author

Add Comment