ସମାଜସେବୀ ପଣ୍ତିତ ରମେଶ ଚନ୍ଦ୍ର ଶତପଥୀଙ୍କ ପରଲୋକ

Spread the love

ଜେନାପୁର,୧୯/୧୧(ସନ୍ଧାନ ନ୍ୟୁଜ୍) : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନସ୍ଥ ବୃନ୍ଦାଦେଈପୁର ଗ୍ରାମର ସମାଜସେବୀ ଓ ପୂଜକ ପଣ୍ତିତ ରମେଶ ଚନ୍ଦ୍ର ଶତପଥୀଙ୍କ(୮୭)ଙ୍କର ଗତକାଲି ରାତ୍ରି ସମୟରେ ପରଲୋକ ଘଟିଛି। ସେ କିଛି ଦିନ ହେବ ଶରୀର ଅସୁସ୍ଥ ହେବାରୁ ମେଡିକାଲରେ ଚିକିତ୍ସିତ ହୋଇ ଘରେ ରହିଥିଲେ। ସ୍ୱର୍ଗତ ଶତପଥୀ ଜେନାପୁର ଅଞ୍ଚଳରେ ମନ୍ଦିର ଅନୁଷ୍ଠାନରେ ପୂଜାପାଠ କରିବା ସହ ବିଭିନ୍ନ ସମାଜସେବୀ ସଙ୍ଗଠନରେ ସକ୍ରିୟ ଭାବେ କାର୍ଯ୍ୟ କରିଆସୁଥିଲେ । ସେହିପରି ଦଇପୁର ଗ୍ରାମର ମନ୍ଦିର ପୂଜା,ଜେନାପୁର ହିଙ୍ଗୁଳା ମନ୍ଦିର,ଜେନାପୁର ହାଇସ୍କୁଲ୍,ଉତ୍କଳମଣି ସେବା ସଙ୍ଗଠନ,ବାଜି ରାଉତ ସ୍ମୃତି ସଂସଦରେ ପୂଜା ଅର୍ଚ୍ଚନା କରିବା ସହ ସକ୍ରିୟ ସଦସ୍ୟ ଭାବେ ଅଞ୍ଚଳରେ ସେବା କାର୍ଯ୍ୟରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ସେ ଜଣେ ଶାନ୍ତ ସରଳ,ପରପକାରୀ ଭାବରେ ଅଞ୍ଚଳରେ ବେଶ ପରିଚିତ ଲାଭ କରିଥିଲେ। ତାଙ୍କର ପରଲୋକ ଖବର ପାଇ ଉତ୍କଳମଣି ସେବା ସଙ୍ଗଠନର ସଂଯୋଜକ ନିଷ୍କାନ୍ତ ଖଟୁଆ,ସମ୍ପାଦକ ମହେଶ୍ୱର ଖଟୁଆ,ଉପଦେଷ୍ଟା ମଣ୍ତଳୀ ବିଷ୍ଣୁଚରଣ ଓଝା,ପ୍ରତାପ ଦାସ,ପ୍ରମୋଦ ମଲ୍ଲିକ୍,କ୍ଷେତ୍ରବାସୀ ରାଉତ ଓ ସୁଧିର ଦାସ ଏବଂ ବାଜି ରାଉତ ସ୍ମୃତି ସାଂସଦର

ସମସ୍ତ ସଦସ୍ୟ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ବାଜା,ବାଣ ରୋଷଣୀରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ବଡ ପୁଅ ରଘୁନାଥ ଶତପଥୀ ମୁଖାଗ୍ନୀ ଦେଇଥିଲେ । ଭାଇ,ଝିଅ,ଜ୍ୱାଇଁ,ନାତି,ନାତୁଣୀ,ଝିଆରୀ ପୁତୁରା, ସମ୍ପର୍କୀୟ ମାନେ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ରହିଥିଲେ।

Related Posts

About The Author

Add Comment