କଟକ,(ସନ୍ଧାନ ନ୍ୟୁଜ୍) : କଟକ ଉତ୍କଳ ସେବା ସଂଘ ୱେଲଫେୟାର ଅର୍ଗାନାଇଜେସନ୍ ହାଇଦ୍ରାବାଦ ତେଲେଙ୍ଗାନା ପକ୍ଷରୁ ଚନ୍ଦାନଗର ଠାରେ ଅନୁଷ୍ଠିତ ହେଇଥିବା ଚତୁର୍ଥ ବାର୍ଷିକ ଉତ୍ସବ ଏବଂ ଉତ୍କଳ ଆୱାର୍ଡ଼ ସେରୀମନି – ୨୦୨୩ ପାଳନ ଏବଂ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୧୪୩ ତମ ଜୟନ୍ତୀ ଅବସରରେ ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ – ଓଡ଼ିଶା (ବିସିଟି) ଅଧ୍ୟକ୍ଷ ସମାଜସେବୀ ଇଞ୍ଜିନିୟର ବିମଳ ଚଂଦ୍ର ଦାସଙ୍କୁ ରକ୍ତଦାନ ଓ ସମାଜସେବା ଖେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ନେଇ ଉତ୍କଳ ବେଷ୍ଟ ସୋସିଆଲ ଆୱାର୍ଡ଼ – ୨୦୨୩ ଭଳି ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ବର୍ଧନା ପର୍ବରେ ମାନ୍ୟବର ଲୋକସଭା ସଦସ୍ୟ ବାଲେଶ୍ଵର ଜିଲ୍ଲା ଶ୍ରୀ ପ୍ରତାପ ଚଂଦ୍ର ସଢଙ୍ଗୀ,ଅର୍ଗାନାଇଜେସନ୍ ସଭାପତି ଦେବେନ୍ଦ୍ର ଦାସ,ପ୍ରବାସୀ ଓଡ଼ିଆ ବର୍ଗ ଏବଂ ସ୍ଥାନୀୟ ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ ।
ସମାଜସେବା ନେଇ ପ୍ରବସରେ ସମ୍ମାନୀତ ହେଲେ ଓଡିଆ ପୁଅ
|
October 30, 2023 |