କଟକ, ୦୯/୦୬/୨୦୨୧ (ସନ୍ଧାନ ନିଉଜ) – ଦୈନିକ ଖବର କାଗଜ “ସମାଜ”ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଭାବେ ଦାଇତ୍ୱ ଗ୍ରହଣ କରିଥିବା ସମାଜସେବୀ ଡ଼ଃ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା,ସରସ୍ବତୀ କଳା ପରିଷଦ କନ୍ଦରପୁର ଉତ୍କଳ ବିକାଶ ପରିଷଦ କଟକ ସଦର,ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ ପକ୍ଷରୁ ନାଟ୍ୟକାର ଅଶୋକ ପଟ୍ଟନାୟକ,କବି ପ୍ରତିଭା ଶତପଥୀ,ସନ୍ଧ୍ୟାରାଣୀ ଦାଶ,ମହାଦେବ ମହାରଣା,ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ସୁରଜ ବେହେରା,ଚକ୍ରବର୍ତ୍ତୀ ଓତା,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ଅଭିରାମ ସାହୁ,ପ୍ରଦୀପ ମହାଳି,ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି । ସୂଚନାଯୋଗ୍ୟ ଡ଼ଃ. ଆଚାର୍ଯ୍ୟ ଭାରତୀୟ ଶରୀର ଓ ଅଂଗଦାନ ସମିତି, ଲୋକସେବକ ମଣ୍ଡଳ,ସମାଜ ରିଲିଫ କମିଟି ଆଦି ବହୁ ସଂଗଠନର ଉଚ୍ଚ ପଦସ୍ଥ ଅଧିକାରୀ ଭାବେ ଅଂଗଦାନ ସଚେତନତା କର୍ମଶାଳା,ବନ୍ୟା ବତ୍ୟା କରୋନା ମହାମାରୀ ସମୟରେ ସେଵା,ଦୂରଦର୍ଶନର ସଫଳ ଉପସ୍ଥାପକ,ସାମ୍ବାଦିକତା,ସାହିତ୍ୟ ଓ ସମାଜସେବା ଆଦି ବହୁବିଧ କାର୍ଯ୍ୟରେ ନିଜକୁ ନିୟୋଜିତ ପୁର୍ବକ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରି ଖୁବ କୃତିତ୍ୱ ଅର୍ଜନ କରିବା ସଦ ଉଚ୍ଚ ପ୍ରଶଂସା ଲାଭ କରିଛନ୍ତି ।
“ସମାଜ”ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ଼ଃ. ପ୍ରଭାସ ଆଚାର୍ଯ୍ୟଙ୍କୁ ଅଜସ୍ର ବଧେଇ ।
|
June 9, 2021 |



