ରାଉରକେଲା, ୧୭/୦୯/୨୦ (ସନ୍ଧାନ ନିଉଜ) : ଜାତୀୟ ରାଜପଥ-୧୪୩ର ପ୍ରଶସ୍ତିକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଆଗେଇ ଚାଲିଛି । ବର୍ତମାନ ପରିସ୍ଥିତିରେ ନୂତନ ହଟଷ୍ଟ୍ରିପ ମିଲ ନିକଟରୁ ରାସ୍ତାକୁ ଡାଇଭରସନ ଫେଟକଲ ପେଟ୍ରୋଲ ପମ୍ପ ଯାଏ କରାଯାଇଛି, ଯାହାକି ସ୍ୱାଗତଯୋଗ୍ୟ । ଅପରପକ୍ଷରେ ରାସ୍ତା ଡାଇଭରସନ ଯୋଗୁ ଏହା ଗାଡ଼ି ଚାଳକ ମାନଙ୍କ ଲାଗି ସମସ୍ୟା ସୃଷ୍ଟି କରିଛି । ଭାରୀଯାନ ଗୁଡ଼ିକ ରାସ୍ତାର ଉଭୟ ପଟୁ ଦ୍ରୁତ ବେଗରେ ଚଳାଚଳ କରୁଥିବା ବେଳେ, ଏହା ବାଇକ ଚାଳକ ଓ ସାଇକେଲ ଆରୋହୀ ମାନଙ୍କ ପାଇଁ ଅସୁବିଧାର କାରଣ ସାଜିଛି । ବିଶେଷ କରି କାମ ସାରି ଘରକୁ ପ୍ରତ୍ୟାବର୍ତନ କରୁଥିବା ମହିଳା ଶ୍ରମିକ ମାନେ ସାଇକେଲ ଚାଳନା କରି ଯାତ୍ରା କରୁଥିବା ବେଳେ, କେଉଁ ଦିନ ଯେ ଛୋଟବଡ଼ ଦୁର୍ଘଟଣା ଘଟିବ ଏ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ଗୋଟିଏ ପଟେ ରାସ୍ତା ଡାଇଭରସନ ହୋଇ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ, ଅନ୍ୟପଟେ ଜାତୀୟ ରାଜପଥ-୧୪୩ର ଧୂଳିମୟ ପରିବେଶ ଲୋକଙ୍କୁ ଅତିଷ୍ଟ କରି ପକାଇଛି । ଏଣୁ ଏହି ସମସ୍ୟା ପ୍ରତି ଠିକା କାମ ହାତକୁ ନେଇଥିବା କମ୍ପାନୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ସମସ୍ୟା ବଢାଉଛି ଏନ୍ଏଚ୍ ଡାଇଭରସନ !
|
September 17, 2020 |