ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ନେଲେ ଟିକା

Spread the love

ବାରିପଦା, ୦୭.୦୨.୨୦୨୧(ସନ୍ଧାନ ନିଉଜ୍):- ଆଜିଠାରୁ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଛି । କଟକ ଭୁବନେଶ୍ବର, ସମ୍ବଲପୁର ସମେତ ସାରା ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ମାନେ ଟିକା ନେଇଛନ୍ତି । ଆଜି ଗୃହ, ରାଜସ୍ବ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦିଆଯାଇଛି । ଏଗହି ସମ୍ମୁଖ ଯୋଦ୍ଧାମାନେ ନିଜେ ଟିକା ନେବା ସହ ଅନ୍ୟମାନଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି । ଅଫିସରମାନେ ନେଉଛନ୍ତି କୋଭିଡ୍ ଟିକା । ଏ ଦୃଶ୍ୟ ହେଉଛ ଜବାହାରଲାଲ ନେହରୁ ଇନଡୋର୍ ଷ୍ଟାଡିୟମର । ଏଠାରେ କରୋନା ଟିକା ନେଉଛନ୍ତି ପୋଲିସ ଡିଜି ଅଭୟ। ସେହିଭଳି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ କରୋନା ଟିକା ନେଇଛନ୍ତି। ସମ୍ମୁଖ ଯୋଦ୍ଧା ଭାବରେ ଡିଜିପି ଓ ପୋଲିସ କମିଶନର ଟିକା ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଆଉ ଏ ଦୃଶ୍ୟ ହେଉଛି ଭୁବନେଶ୍ବର ରିଜର୍ଭ ପୋଲିସ ଗ୍ରାଉଣ୍ଡର । ଏଠାରେ ଟିକା ନେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ କଲ୍ୟାଣ ମଣ୍ତପ ଏବଂ ଗୋଷ୍ଠୀ କେନ୍ଦ୍ରରେ ଟିକା ଦିଆଯାଇଛି। ଭୁବନେଶ୍ବରରେ ଟିକାକରଣ ପାଇଁ ପାଖାପାଖି୨୦ ହଜାର କର୍ମଚାରୀ ପଞ୍ଜିକରଣ କରିଛନ୍ତି। ଗଞ୍ଜାମ ଛତ୍ରପୁରରରେ ଟିକା ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍ପି ବ୍ରିଜେଶ ରାୟ । ଏଠାରେ ଜିଲ୍ଲାରେ ୧୩ ହଜାର ୪୩ ଜଣ ଟିକା ନେବା ପାଇଁ ପଞ୍ଜିକରଣ କରାଯାଇଛି । ସେହିପରି ସମ୍ବଲପୁର ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶୁଭମ୍ ସକ୍ସେନା, ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର, ଉପ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଟିକା ନେଇଛନ୍ତି । ଆଜି ୧୦୦ ଜଣ ଟିକା ନେବାର ଯୋଜନା ଥିବାବେଳେ ୨୬୩ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଛି । ରାଜ୍ୟର ଆଗଧାଡିର କରୋନ ଯୋଦ୍ଧା ଭାବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏସ୍ପି ଓ ବରିଷ୍ଠ ଅଧିକାରୀମାନେ ଆଜି ଟିକା ନେଇଛନ୍ତି । ସମ୍ମୁଖ କରୋନା ଯୋଦ୍ଧାଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା କରୋନା ଟିକାକରଣରେ ୧ଲକ୍ଷ ୯୭ ହଜାର କର୍ମଚାରୀଙ୍କୁ ଟିକା ଦିଆଯିବ। ଗୃହ, ରାଜସ୍ବ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ନେଉଛନ୍ତି। ପ୍ରତି ମୁଖ୍ୟ କାର୍ଯ୍ୟାଳୟ, ସବୁ ଅଫିସରେ ଟିକା ଦେବା ବ୍ୟବସ୍ଥା ହୋଇଛି। ସେପଟେ ଆଜି ସୁଦ୍ଧା ଦେଶରେ ୫୪ ଲକ୍ଷରୁ ଅଧିକ ଲୋକ ଟିକା ନେଇ ସାରିଲେଣି । ବିଶ୍ବରେ ଭାରତ କରୋନା ଟିକାକରଣ କରିବାରେ ରେକର୍ଡ ସୃଷ୍ଟି କରିଛି। ମାତ୍ର ୨୧ ଦିନ ଭିତରେ ୫୦ ଲକ୍ଷରୁ ଅଧିକ ଲୋକଙ୍କର ଟିକାକରଣ କରି ଭାରତ କୀର୍ତ୍ତିମାନ ସ୍ଥାପନ କରିଛି।

Related Posts

About The Author

Add Comment