ସମଦୂରତାକୁ ମାନୁ ନାହାନ୍ତି ସାଧାରଣ ଜନତା

Spread the love

ଚଣ୍ଡିଖୋଲ, ୨୭/୩,(ସନ୍ଧାନ ନିୟୁଜ/ମାନସ ରାଉତ)-ମାରାତ୍ମକ କରୋନା ସଂକ୍ରମଣକୁ ରୋକିବାକୁ ବଜାର ଘାଟରେ ଜନସାଧାରଣ ମାନେ ସମଦୂରାତରେ ରହିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଅଛି । ଏଥିପାଇଦେ୍ଦାାକନ ସମ୍ମୁଖରେ ସମଦୂରାତରେ ବୃତମାନ ଚିହ୍ନିତ କରାଯାଇଥିଲା । ଏହି ଚିହ୍ନିତ ବୃତରେ ଜନସାଧାରଣ ମାନେ ଛିଡା ହୋଇ ଜିନିଷ କିଣିବା ପାଇଁ ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଥିଲା । ମାତ୍ର ଶୁକ୍ରବାର ଏହି ନିଦେ୍ର୍ଦଶକୁ ଚଣ୍ଡିଖୋଲରେ ଛକରେ କେହି ମାନୁ ନଥିବାରୁ ଦେଖିବାକୁ ମିଳିଥିଲା । ବିଶେଷକରି ଛକରେ ଥିବା ଔଷଧ ଦୋକାନ ସମ୍ମୁଖରେ ଗ୍ର୍ାହକ ମାନଙ୍କର ଭିଡ ଲାଗିଥିଲା । ଦୋକାନ ସମ୍ମୁଖରେ ବୃତମାନ ଥିଲେ ଏହି ବୃତ ମଧ୍ୟରେ କେହି ରହୁ ନଥିଲେ । ଦୋକାନୀ ମଧ୍ୟ ଗ୍ରାହକ ମାନଙ୍କୁ ସମଦୂରତାରେ ଛିଡା ହେବାକୁ ପରାମର୍ଶ ଦେଉ ନଥିଲେ । ସେହିପରି ବାରମ୍ବାର ଅନୁରୋଧ କରିବା ସତ୍ୱେ ପରିବା ବଜାରରେ ଗ୍ରାହକ ମାନଙ୍କ ଭିଡ ଲାଗି ରହିଥିଲା । ପୋଲିସକୁ ଦେଖି କିଛି ସମୟ ପାଇଁ ଗ୍ରାହକ ମାନେ ନିୟମ ପାଳନ କରୁଥିଲେ ମଧ୍ୟ ପୋଲିସ ଗଲା ପରେ ପୁଣି ଭିଡ ଲାଗି ରହୁଥିଲା । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Related Posts

About The Author

Add Comment