ସମଗ୍ର କନ୍ଧମାଳରେ ଅସହ୍ୟ ଶୀତ, ଠାଏଁ ଠାଏଁ ତୁଷାରପାତ

Spread the love

କନ୍ଧମାଳ,24/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲାରେ କିଛିଦିନ ହେଲା ହାଡ଼ଭଙ୍ଗା ଶୀତରେ ଜିଲାବାସୀ ତ୍ରାହି ତ୍ରାହି ଡାକ ଦେଲେଣି। ଜିଲାରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହୋଇଛି। ବୁଧବାର ଅପେକ୍ଷା ଗୁରୁବାର ଜିଲାରେ ତାପମାତ୍ରରେ କିଛିଟା ପରିବର୍ତ୍ତନ ଘଟିଛି। ଫୁଲବାଣୀରେ ଆଜି ତାପମାତ୍ରା ୪.୫ ଡ଼ିଗ୍ରୀ ସେଲସିୟସ୍‍ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ହଠାତ୍‍ ୫.୫ ଡ଼ିଗ୍ରୀରୁ ୮ ଡିଗ୍ରୀ ରେକର୍ଡ଼ କରାଯାଇଛି। ଦାରିଙ୍ଗବାଡ଼ି ଅପେକ୍ଷା ଫୁଲବାଣୀ ଓ ବାଲିଗୁଡା ରେ କିଛିଦିନ ହେଲା ଶୀତର ପ୍ରକୋପ ଅଧିକ ରହିଛି। ଆଜି ଫୁଲବାଣୀର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। ପାର୍କିଂରେ ରହିଥିବା ଚାରିଚକିଆ ଯାନରେ ପରସ୍ତ ପରସ୍ତ ତୁଷାର ଦେଖିବାକୁ ମିଳିଥିଲା। ମଧ୍ୟ ରାତ୍ରରେ ଫୁଲବାଣୀ ସମେତ ବିିଭିନ୍ନ ଅଞ୍ଚଳରେ ତାପମାତ୍ରା ୨ ରୁ ୩ ଡିଗ୍ରୀରେ ରହୁଛି। ଏଣେ ବଡଦିନକୁ ଦୃଷ୍ଟିରେ ରଖି ପ୍ରବଳ ଶୀତରେ ପୁଲିସ୍‍ କର୍ମଚାରୀମାନେ ରାତି ତମାମ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଛି ।

Related Posts

About The Author

Add Comment