ସବଡେଗା ଲ୍ୟାମ୍ପସ ରେ ଧାନ ଅଭାବୀ ବିକ୍ରି କୁ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିବା ବେଳେ ଅବଗତ ନିମନ୍ତେ ବିଡ଼ିଓ,ତହସିଲଦାର ଓ ତଳସରା ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

Spread the love

ସୁନ୍ଦରଗଡ ତା:୬/୧/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ ) ସବଡେଗା ଲ୍ୟାମ୍ପସ ରେ ଧାନ ବିକ୍ରି କୁ ନେଇ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସ୍ଥାନୀୟ ଚାଷୀ ଏଥିରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ବିଗତ  ତା:୨୮/୧୨/୨୦୨୫ ରେ  ସବଡେଗା ଲ୍ୟାମ୍ପସ ର ଚାଷୀ ବୃନ୍ଦ ଙ୍କ ଉପସ୍ଥିତିରେ ମାନ୍ୟବର ବିଧାନସଭା ଉପବାଚସ୍ପତି ତଥା ତଳସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ମଣ୍ଡି ର ଶୁଭାରମ୍ଭ କରିଥିଲେ । ଉପ ବାଚସ୍ପତି ଙ୍କ ଉପସ୍ଥିତିରେ ବିଗତ ବର୍ଷ ପରି ଚଳିତ ବର୍ଷ ସେହି ୩ କିଲୋ କଟନି ଛଟନି  ରେ ଧାନ ବିକ୍ରି ପାଇଁ ସମସ୍ତଙ୍କ ସହମତି ହୋଇଥିଲା । ମାତ୍ର ଗତକାଲି ତା:୨/୧/୨୦୨୬ ଦିନ ସବଡେଗା ଲ୍ୟାମ୍ପସ ଅଧିକାରୀ  ଚାଷୀ ବୃନ୍ଦ ଙ୍କ ଧାନ ବିକ୍ରି କରିବା କୁ ଡକାଇ ୩ କିଲୋ ୫୦୦ ଗ୍ରାମ ରେ ଧାନ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିବା ଚାଷୀ ସୂତ୍ରରୁ ଜଣାପଡୁଛି । ଚାଷୀଙ୍କ କହିବା ଅନୁସାରେ  ୩ କିଲୋ ରେ ସହମତି ହୋଇଥିବା ବେଳେ ଆଉ ପ୍ରତି କୁଇଣ୍ଟାଲ ରେ ୫୦୦ ଗ୍ରାମ କାହା ପକେଟ କୁ ଯିବ ତାହା ଚର୍ଚ୍ଚା ଘେରରେ ରହିଛି । ମିଲରଙ୍କ ମାରଣା ନୀତି କାହା କାହା ପ୍ୟାକେଟ କୁ ଯାଉଛି ତା ପାଇଁ ଚାଷୀ କ୍ଷୋଭ ପ୍ରକାଶ କରିଥିବା ସହ ଏହାର ସମାଧାନ ନ କରାଗଲେ ଆଗାମୀ ଦିନରେ ରାଜରାସ୍ତାରେ ଧାନ ରଖି ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେବା ସହିତ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେଇଥିବା ସୂଚନା ରହିଛି ।ଏହିକ୍ରମରେ ଏହି ଲିଖିତ ଅଭିଯୋଗ ଜିଲ୍ଲା ଯୋଗାଣ ବିଭାଗ ସୁନ୍ଦରଗଡ ସହିତ ତଳସରା ଭାରାପ୍ରାପ୍ତ ଥାନା ଅଧିକାରୀ,ସବଡେଗା ବିଡ଼ିଓ ,ତଥା ସବଡେଗା ତହସିଲଦାରଙ୍କୁ  ଏହାର ଅବିକଳ ନକଲ ଦେଇଥିବା ଚାଷୀଙ୍କ ସୂତ୍ରରୁ ଜଣାପଡିଛି ।ଆଗାମୀ ଦିନରେ ଯଦି ଏହାର ସମାଧାନ ନ କରାଯାଏ ତାହେଲେ ତା୮/୧/୨୦୨୬ ଗୁରୁବାର ଦିନ ଚାଷୀ ଧାନ ବସ୍ତା ସହ ରାଜରାସ୍ତାକୁ ଓହ୍ଲାଇ ବୋଲି ଚାଷୀ ପକ୍ଷରୁ ଚେତାବନୀ ଦେଇଥିବା ଜଣା ପଡ଼ିଛି ।

Related Posts

About The Author

Add Comment