ସୁନ୍ଦରଗଡ ତା:୨/୧୦/୨୦୨୫ (ସନ୍ଧାନ ନ୍ୟୁଜ): ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ନେତାଜୀ କ୍ଲବ ପ୍ରାଙ୍ଗଣରେ ଦୁର୍ଗତିନାସିନୀ ମା ଦୁର୍ଗା ଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯାଉଛି। ଷଷ୍ଠୀ ତିଥି ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା ଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। କଳସ ପୂଜା,ସପ୍ତମୀ ପୂଜା,ଚଣ୍ଡୀପୂଜା, ଅଷ୍ଟମୀ ପୂଜା, ନବମୀ ପୂଜା , ବେଲବରଣୀ, ସନ୍ଧିପୂଜା,ଚଣ୍ଡୀ ପାଠ ପୂଜା ସହିତ ଦଶମୀ ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସବଡେଗା ରେ ମା ଙ୍କ ପୂଜା କୁ ନେଇ ଏକ ସ୍ୱତନ୍ତ୍ରତା ରହିଛି। ନେତାଜୀ କ୍ଲବ ପକ୍ଷରୁ ଚଳିତ ବର୍ଷ ହସଲୁହ ଭରା ସାମାଜିକ ନାଟକ ପରିବେଶଣ ସହିତ ରାବଣ ପୋଡ଼ି କାର୍ଯ୍ୟକ୍ରମ ଏକ ମୁଖ୍ୟ ଆକର୍ଷଣ ଥିଲା । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମଣ୍ଡପ କୁ ଯାଇ ମା ଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ପୂଜା କମିଟିର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ବେହେରା ଙ୍କ ତତ୍ୱବାଧାନ ରେ ହୋଇଥିବା ବେଳେ ଶ୍ରୀଯୁକ୍ତ ଶୁଭେନ୍ଦୁ ନାଏକ,ଶ୍ରୀଯୁକ୍ତ ବଣ୍ଟି ନାଏକ, ଶ୍ରୀଯୁକ୍ତ ଚୁମନ୍ ପଟେଲ,ସୁଶିଲ ଶତପଥୀ,ଚିନୁ ପଟେଲ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଗଣେଶ ପ୍ରଧାନ ସହିତ କମିଟିର ପ୍ରତ୍ୟେକ ସଦସ୍ୟ ପୂଜାର ପ୍ରତ୍ୟେକ କାର୍ଯ୍ୟରେ ସମ୍ମିଳିତ ଥିଲେ । ଶ୍ରୀଯୁକ୍ତ ପଞ୍ଚାନନ ନାଏକ ଓ ତାଙ୍କ ଧର୍ମପତ୍ନୀ ପୂଜାର କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ଅଞ୍ଚଳ ର ଆବାଳବୃଦ୍ଧବନିତା ମାଆଙ୍କ ଆଶୀର୍ବାଦ ଲାଭ କରିଥିଲେ । ରାବଣ ପୋଡ଼ି ଅଞ୍ଚଳ ରେ ମୁଖ୍ୟ ଆକର୍ଷଣ ଥିବା ବେଳେ ତଳସରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ପୂଜା କମିଟି ପାଖ୍ୟରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଶେଷ ଦୃଷ୍ଟି ଦେଇଥିବା ଦେଖିବାକୁ ମିଳିଥିଲା ।
ତାଜା ଖବର
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ
- କୁଣ୍ଡି ନଦୀ ସଂସ୍କାର ଯୋଜନା ଏବେ ବାଟବଣା
- ମିଶ୍ରିଲାଲ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ସରକାରୀ ଜମି ଜବରଦଖଲ ଅଭିଯୋଗ
- ୪୦୦ ଗ୍ରାମର ଉନ୍ନତିରେ ବାଧା! ରେଙ୍ଗାଲି କେନାଲ ପ୍ରକଳ୍ପକୁ ଅଟକାଇଲେ କିଛି ଦଲାଲ
- ଦର୍ଶନ ଶାସ୍ତ୍ର ବିଭାଗରେ ପିଏଚଡି ଉପାଧି ଲାଭ ନେଇ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଦାଣ୍ଡପାନୀ ଗ୍ରାମରେ ସୋଲାର ପମ୍ପ ଅଚଳ ଅବସ୍ଥାରେ, ଗ୍ରୀଷ୍ମ ଦିନ ଆରମ୍ଭରୁ ପାଣିର ସଙ୍କଟ
- ଯୁଦ୍ଧ ବନ୍ଦ ଏବଂ ଶାନ୍ତି ପ୍ରତ୍ୟାବର୍ତ୍ତନ ପାଇଁ ସାମୁହିକ ପ୍ରାର୍ଥନା।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ



