ସୁନ୍ଦରଗଡ ତା:୨୯/୮/୨୦୨୧( ସନ୍ଧାନ ନିଉଜ / ରାଜୁ ପଟେଲ ) ବିଗତ ଅନେକ ସମୟଧରି ସବଡେଗାରେ ଟଙ୍କା ଲୁଟ କାରବାର ସକ୍ରିୟ ହେବାରେ ଲାଗିଛି । ସପ୍ତାହେ ଆଗରୁ ଏକ ଚୋରି ଅଭିଯୋଗ ଆସଥିଲା ହେଲେ ତାର ଏବେ ପର୍ଯ୍ୟନ୍ତ କିଛି ସୁଫଳ ମିଳିପାରି ନାହିଁ । ଆଜି ସବଡେଗା ରେ ଏକ ଟ୍ରକ ଚାଳକଙ୍କ ଠାରୁ ବନ୍ଧୁକ ମୁନରେ କିଛି ଦୁର୍ବୃତ୍ତ ୫ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି ହେଲେ ଏବେ ପର୍ଯ୍ୟନ୍ତ ଥାନାରେ ଏତଲା ହୋଇପାରି ନ ଥିବା ସୂଚନା ମିଳିଛି । ଘଟଣା ଅନୁଯାଇ ଗତକାଲି ବିଳମ୍ବିତ ରାତ୍ରିରେ ସବଡେଗା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଟ୍ରକଟି ଅଚଳ ଅବସ୍ଥାରେ ଠିଆ ହୋଇ ଥିବା ସମୟରେ କିଛି ଦୁର୍ବୃତ୍ତ ଗାଡି ଚାଳକଙ୍କ ଠାରୁ ଟଙ୍କା ଲୁଟି ନେବା ସୂଚନା ମିଲିଛି । ଗାଡି ଚାଳକଙ୍କ ନାମ ଗିରିଷ ନାଏକ ବୋଲି ସୁତ୍ରରୁ ଜଣାପଡିଛି ।
ସବଡେଗା ବ୍ୟାଙ୍କ ସମ୍ମୁଖରେ ବନ୍ଧୁକ ମୁନରେ ଟ୍ରକ ଚାଳକଠୁ ୫ହଜାର ଟଙ୍କା ଲୁଟ
|
August 30, 2021 |
