👉ତିନି ବର୍ଷରୁ ସଜାହେଉଛି ସ୍ୱାର୍ଥର ସେଜ
👉ସବଡେଗା ବ୍ଲକ ପ୍ରସାସନ ଆଇନର ଉର୍ଧରେ
👉ଜନସାଧାରଣଙ୍କ ଲୁହରେ ଛିଡା ହୋଇଛି ସ୍ୱାର୍ଥର ମାର୍କେଟ କମ୍ପ୍ଲେସ
👉ଗୋଷ୍ଠୀ କନ୍ଦଳରେ ଭାସିଗଲା ସବଡେଗା ବ୍ଲକ
👉ବୋଧେ ଅନ୍ୟ ଇଙ୍ଗିତରେ ଚାଲିଛି ବ୍ଲକ ପ୍ରଶାସନ
ସୁନ୍ଦରଗଡ଼ ତା:୧୦/୩/୨୦୨୪(ସନ୍ଧାନ ନିଉଜ/ ରାଜୁ ପଟେଲ) ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କରିଚାଲିଛନ୍ତି । ସେ ଯୋଜନା ରୁ ଅନେକ ଯୋଜନା ଅଂଚଳର ପ୍ରଶାସନର ଅବହେଳା ଓ ଅପାରଗତା ଯୋଗୁଁ ତାର ଉପଯୁକ୍ତ ଲାଭ ଜନସାଧାରଣ ପାଖକୁ ପହଞ୍ଚି ପାରୁ ନି। ଅନେକ ଅଂଚଳର ବ୍ଲକ ପ୍ରଶାସନ ଆଇନ ଶୃଙ୍ଖଳାକୁ ବିଧିବଦ୍ଧ ଭାବରେ ତୁଲାଇପାରୁ ନ ଥିବା କାରଣରୁ ଜନ ଅସନ୍ତୋଷ ଦେଖାଦେଉଛି । ଏଥିରେ ବ୍ଲକ ପ୍ରସାସନର ଗାରିମା ଖଣ୍ଡନ ହେବା ସହିତ ଅନ୍ୟ ହାତରେ ପ୍ରସାସନର ଡୋରି ଥିବା ବୁଦ୍ଧିଜୀବୀ ମହଲରେ ଚିନ୍ତାବଢ଼ାଇଛି। ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ,ବାଲିସଙ୍କରା ବ୍ଲକର କେତେକ ପଞ୍ଚାୟତରେ ୩ବର୍ଷରୁ ଉର୍ଦ୍ଧ ହେବ ମାର୍କେଟ କମ୍ପ୍ଲେସ ତିଆରି ହୋଇଥିବା ବେଳେ ଗୋଷ୍ଠୀ କନ୍ଦଳ କାରଣରୁ ଆଜି ପର୍ଯ୍ୟନ୍ତ ଲୋକଙ୍କ ହିତର ଲାଗିପାରୁ ନାହିଁ। ତା ସହିତ ପଞ୍ଚାୟତ ର ରାଜସ୍ୱ ହାନି ହେବାରେ ଲାଗିଛି ।ଏଥିପ୍ରତି ଜିଲା ପ୍ରସାସନ ଦୃଷ୍ଟି ଦେବାର ଆଵଶ୍ୟକତା ରହିଛି ।
ସବଡେଗା ବ୍ଲକ ପ୍ରସାସନ ଆଇନର ଉର୍ଧରେ
|
March 11, 2024 |