ସୁନ୍ଦରଗଡ, ୭/୬/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ) : ସୁନ୍ଦରଗଡ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକର ତୁମଳିଆ ଅଞ୍ଚଳରେ ଓ ବଡ଼ ଗାଁ ଅଞ୍ଚଳରେ ଗାଈ, ବଲଦ ଓ ଛେଳି ଚୋରି ଅଭିଯୋଗ ଦେଖାଦେଇଛି । ଏହା ଅନେକ ଦିନରୁ ଥାନାରେ ଅଭିଯୋଗ ହେଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରିନାହିଁ । ଆଜି ତୁମଳିଆ ଗ୍ରାମର ଲୋକମାନେ ଓ ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଯଥାଶୀଘ୍ର ଗାଈ ଚୋର ମାନଙ୍କୁ ଧରିବାକୁ ଦାବି କରିଛନ୍ତି । ଏହି ଅଞ୍ଚଳର ଲୋକେ ଚାଷ ଉପରେ ନିର୍ଭର କରି ଚଳୁଛନ୍ତି ଓ ଗାଈ,ଗୋରୁ ଚାଷୀ ସମାଜର ମେରୁଦଣ୍ଡ ବୋଲି ତଲସରା ବିଧାୟକ କହିଛନ୍ତି । ଅନେକ ଦିନରୁ ଗାଈଗୋରୁ ଚାଲାଣ ହେବାସହିତ ଧରା ପଡୁଥିବା ସତ୍ୱେ ମଧ୍ୟ କାର୍ଯନୁଷ୍ଠାନ ହେଇପାରୁନାହିଁ ବୋଲି ଅଭିଯୋଗ ଆସୁଛି । ଏହା ଅତିଶୀଘ୍ର ସମାଧାନ ନ ହେଲେ ଚାଷୀକୁଳର ମୁହଁରେ ଦାନା ବନ୍ଦ ହେବ ବୋଲି ଶ୍ରୀଯୁକ୍ତ ବିଧାୟକ କହିଛନ୍ତି ।
ସବଡେଗା ବ୍ଲକ ଓ ବଡ଼ ଗାଁ ବ୍ଲକରେ ପଶୁ ଚୋରି ଚାଲାଣ
|
June 8, 2021 |


