ସୁନ୍ଦରଗଡ ତା :୧/୪/୨୦୨୨( ସନ୍ଧାନ ନିଉଜ / ରାଜୁ ପଟେଲ ) ସବଡେଗା ବ୍ଲକର ଆରଡବ୍ଲୁଏସଏସ ବିଭାଗରେ ବିଆରସି ଭାବେ କାର୍ଯ୍ୟରତ ଥିବା ଶ୍ରୀଯୁକ୍ତ ଦୀପ୍ତିରଞ୍ଜନ ପଟେଲଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ବର୍ଷ ବୟସ ହୋଇଥିବା ଜଣାପଡିଛି । ଗତ ମାସ ୨୧ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ ବିକାଶ ନର୍ସିଂ ହୋମକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ମାତ୍ର ସେ ହୃତଘାତରେ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଆଜି ଅପରାହ୍ନ ସମୟରେ ତାଙ୍କ ଗ୍ରାମରେ ତାଙ୍କ ଶେଷ କୃତ ସମ୍ପନ୍ନ କରାଯାଇଛି । ସେ ବାଲିସଙ୍କରା ବ୍ଲକ ଅନ୍ତର୍ଗତ ଝୁରୀମାଲ ଗ୍ରାମରେ ତାଙ୍କ ପରିବାର ସହ ରହିଥିଲେ । ତାଙ୍କ ଦୁଇ ପୁଅ ଓ ଝିଅ ଥିବା ଜଣାପଡିଛି । ସେ ଜଣେ ପରୋପକାରୀ ଓ ଶାନ୍ତି ପ୍ରିୟ ବ୍ୟକ୍ତି ରୂପେ ବେଶ ପରିଚିତ ଥିଲେ । ତାଙ୍କ ଅକାଳ ବିୟୋଗରେ ବ୍ଲକର ସମସ୍ତ ସଦସ୍ୟ ସହିତ ଅଞ୍ଚଳବାସୀ ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି । ଏହି ପରିପେକ୍ଷିରେ ସବଡେଗା ବିଡ଼ିଓ ଶ୍ରୀମତୀ ନାରାୟଣୀ ପଣ୍ଡା ଏବଂ ତାଙ୍କ ସହକାରୀ ବୃନ୍ଦ ସହିତ ସାଙ୍ଗସାଥି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ସବଡେଗା ବ୍ଲକ ଆରଡବ୍ଲୁ ଏସଏସ ବିଭାଗର ବିଆରସିଙ୍କ ଶ୍ରୀଯୁକ୍ତ ଦୀପ୍ତିରଞ୍ଜନ ପଟେଲଙ୍କ ଅକାଳ ବିୟୋଗ
|
April 1, 2022 |



