ସୁନ୍ଦରଗଡ଼ ତା:୩୧/୧୨/୨୦୨୧( ସନ୍ଧାନ ନିଉଜ/ ରାନୁ ପଟେଲ) ସବଡେଗା ବ୍ଲକରେ କାର୍ଯ୍ୟରତ ଥିବା ସବଡେଗା ଓ ଯାଇସର ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟର ଶେଷ ଦିବସରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସବଡେଗା ବ୍ଲକର ରାଜୀବ ଗାନ୍ଧୀ ସଭା ଗୃହର ଏହା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସବଡେଗା ବ୍ଲକର ଚଉଦ ଗୋଟି ପଞ୍ଚାୟତର ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ବ୍ଲକ ସଭ୍ୟ ,ସରପଞ୍ଚଙ୍କ ଗହଣରେ ବିଡ଼ିଓ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡା ସ୍ବାଗତ ଭାଷଣ ସହିତ ଶ୍ରୀଯୁକ୍ତ ପଟେଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ବିଦାୟକାଳୀନ ସଭାରେ ଶ୍ରୀଯୁକ୍ତ ପଟେଲଙ୍କ କାର୍ଯ୍ୟରେ ସରଳତା,ସମୟାନୁବର୍ତିତା, କାର୍ଯ୍ୟ ଦକ୍ଷତା ବିଷୟରେ ଆଲୋଚନା କରିବା ସହିତ ଲୋକଙ୍କ ଗହଣରେ ରହି ପାରିପାର୍ଶ୍ବିକ ପରିସ୍ଥିତି କୁ ଅନୁଧ୍ୟାନ
କରି ଜନ ହିତରେ ନିଜକୁ ନିୟୋଜିତ କରୁଥିବାର ଚିତ୍ର ଏହି ସଭାରେ ଦେଖୁବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ଜିପିଓ ନଗେନ୍ଦ୍ର ନାଏକ ପରିଚାଳନା କରିଥିଲେ । ସେହିପରି ଯାଇସର ପଞ୍ଚାୟତରେ ତାଙ୍କୁ ବିଦାୟ ଦିବସରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । ଯାଇସରରେ ଜିଆରଏସ ସ୍ୱସ୍ତିକା ଦାସ ଶ୍ରୀଯୁକ୍ତ ପଟେଲଙ୍କ ଅଞ୍ଚଳବାସୀଙ୍କ ପ୍ରତି କାର୍ଯ୍ୟରେ ସରଳତା ଓ ତତ୍ପରତା ସବୁଦିନ ମନେ ରହିବ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ । ଏହି ସଭାରେ ସରପଞ୍ଚ ଫକୀର ଓରାମ ,ସମିତି ସଭ୍ୟ ଅରକ୍ଷିତ ଭିଟ୍ରିଆ, ଯୋଗାଣ ସହଯୋଗ ସୁମନ୍ତ ପଟେଲ ସହିତ ସମସ୍ତ ୱାଡ଼ ସଭ୍ୟ ପୁଷ୍ପଗୁଛ ଦେବାଶହ ଉପସ୍ଥିତ ରହି ଭାବବିଭୋର ହୋଇପଡିଲେ ।
ସବଡେଗା ବ୍ଲକର ସବଡେଗା ଓ ଯାଇସର ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
|
January 1, 2022 |



