ସୁନ୍ଦରଗଡ, 28/05/2021 (ସନ୍ଧାନ ନିଉଜ/ରାଜୁ ପଟେଲ) କରୋନା କାୟାରେ ସବଡେଗାରେ ମୃତ୍ୟୁର ସୁଅ କମୁନି । ଆଜି ନେଲା ଦୁଇ ଜଣଙ୍କ ଜୀବନ । ଆଜି ସବଡେଗା ବ୍ଲକ ଅନ୍ତର୍ଗତ ଯାଇସର ଗ୍ରାମର ଜଣେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଓ କିରାଲଗା ପଞ୍ଚାୟତର କୁମ୍ଭାତୋଳି ର ଜଣେ ପ୍ରଧାନ ଶିକ୍ଷକଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ଏହି ବ୍ଲକରେ ଲଗାତାର ମୃତ୍ୟୁର ସୁଅ ଥମୁ ନ ଥିବାବେଳେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗତ ୨୫ ତାରିଖରେ କୁମ୍ଭଟୋଲି ବିମଲ କେର୍କେଟାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ଝିଅ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ ।ଗତକାଲି ସାଢ଼େ ତିନିଟା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଶ୍ରୀଯୁକ୍ତ କେର୍କେଟା ଜଣେ ସରଳ, ପରୋପକାର ସହିତ ସମସ୍ତ ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗର ହାତ ବଢ଼ାଉଥିଲେ । ସେ ଗତ ୨୦୧୪ ରେ ଅବସର ଗ୍ରହଣ କରିଥିଲେ । ସେହିପରି ର ଯାଇସର ଗ୍ରାମର ଶ୍ରୀଯୁକ୍ତ ରୋହିତ ପଟେଲଙ୍କ ଚିକିସିତ ଅବସ୍ଥାରେ ସୁନ୍ଦରଗଡ କୋଭିଡ଼ ହସ୍ପିଟାଲରେ ମୃତ୍ୟୁ ଘଟିଛି । ସେ ଗାଇଲୋ ସ୍ଥିତ ଉଛ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କରଣ୍ୟ କରିଥିଲେ । ସେ ଜଣେ ସ୍ୱାଭିମାନି ଓ ନିର୍ଭୀକ ଭାବେ ଅଞ୍ଚଳରେ ପରିଚିତ ଥିଲେ ।
ସବଡେଗା ବ୍ଲକର ଦୁଇ ଜଣଙ୍କ କରୋନାରେ ମୃତ୍ୟୁ
|
May 29, 2021 |



