ସବଡେଗା ବ୍ଲକରେ ସେକ୍ଟର ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୩୦/୯/୨୦୨୧( ସନ୍ଧାନ ନିଉଜ /ରାଜୁ ପଟେଲ) ସବଡେଗା ବ୍ଲକ ସବଡେଗା ସେକ୍ଟରର ୧୭ଗୋଟି ଅଙ୍ଗନବାଡି କର୍ମୀଙ୍କୁ ନେଇ ପୋଷଣ ମାସ କରାଯାଇଛି । ସବଡେଗା ସର୍କଲ ପ୍ରାୟଦର୍ଶିକା ଜୋସ୍ନା ତନ୍ତୀଙ୍କ ତତ୍ୱବଧାନରେ ମୁଖ୍ୟ ଅତିଥିରୁପେ ସନ୍ଧ୍ୟାରାଣୀ ଯୋଗଦେଇ ପୁଷ୍ଟିକର ଖାଦ୍ୟ ଉପରେ ଆଲୋଚନା କରିବା ସହିତ ତାକୁ କେମିତି ରୁଚିକର କରି ପରିବାର ଲୋକଙ୍କୁ ଆକର୍ଷିତ କରାଯିବ ତା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସୂଚନା ଅନୁସାରେ ବ୍ଲକର ୭ଗୋଟି ସେକ୍ଟରର ୧୪୭ ଗୋଟି ଅଙ୍ଗନବାଡି କେନ୍ଦ୍ରରେ ଏହା ପାଳନ କରାଯାଇଛି । ଏହି କ୍ରମରେ ବାହାର ଖାଦ୍ୟକୁ ଭ୍ରୁକ୍ଷେପ କରି ଘରେ ପନିପରିବା ସହ ପୁଷ୍ଟିକର ଖାଦ୍ୟ ସେବନ କରିବାର ବାର୍ତା ସହ ପରିବାରକୁ ତିନି ପ୍ରକାର ଖାଦ୍ୟ ମାଧ୍ୟମରେ କିପରି ସମସ୍ତ ପରିବାର ଵର୍ଗ ଉପଯୁକ୍ତ ଭିଟାମିନ ଦ୍ୱାରା ସୁସ୍ଥ ରହିବେ ତାର ଗୁରୁମନ୍ତ୍ର ପ୍ରଦାନ କରାଯାଇଥିଲା । ଏହି ଖାଦ୍ୟକୁ ତିରଙ୍ଗା ପତାକା ରଙ୍ଗରେ ବିବେଚନା କରି ଆମ ଦେଶକୁ ରୋଗମୁକ୍ତ କରିବାର ଆହ୍ୱାନ ଦିଆଯାଇଥିଲା । ଏହି ଟିରଙ୍ଗା ପତାକା ରଙ୍ଗ ମାଧ୍ୟମରେ ପ୍ରଥମେ ଶ୍ୱେତସାର ଯାହାର
ରଙ୍ଗ ଧଳା,ପୁସ୍ତିକରଖାଦ୍ୟ ହେଲା ନାରଙ୍ଗୀ ରଙ୍ଗ ଓ ଭିଟାମିନ ଯୁକ୍ତ ଖାଦ୍ୟକୁ ସବୁଜରଙ୍ଗରେ ବିବେଚନାକରି ଜନସମାଜକୁ ସୁସ୍ଥ ରହିବା ପାଇଁ ବାର୍ତା ଦିଆଯାଇଛି ।

Related Posts

About The Author

Add Comment