ସବଡେଗା ବ୍ଲକରେ ଚିଟଫଣ୍ଡ କୁ କେନ୍ଦ୍ରକରି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

Spread the love

ସୁନ୍ଦରଗଡ ତା:୧୧/୨/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ) ସବଡେଗା ବ୍ଲକରେ ଆର୍ଥିକ ସଂସ୍ଥା ମାନଙ୍କ ଦ୍ୱାରା ଆଜି କ୍ଷତିଗ୍ରସ୍ତ ଚିଟଫଣ୍ଡ ମଞ୍ଚ ତରଫରୁ ଆଜି ସବଡେଗାରେ ତହସିଲଦାର ଙ୍କ ଜରିଆରେ ଓଡିଶା ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରେ ବିଭିନ୍ନ ଜମା ସଂଗ୍ରଖିତ ଯୋଜନା ଅନୁଯାଇ କମ୍ପାନୀ,ସ୍ୱୟଙ୍ଗ ସହାୟକ ଗୋଷ୍ଠୀ,ମାଇକ୍ରୋସଫ୍ଟ କମ୍ପାନୀ ସରକାରଙ୍କ ସହାୟତାରେ ଜମା ଟଙ୍କା
ନେଇ ଠକେଇ ଘଟଣା ଲୋକଲୋଚଳକୁ ଆସିବା ପରେ ସରକାର ଜମାକାରୀଙ୍କୁ ଟଙ୍କା ଫେରସ୍ତର ପ୍ରତିସୃତି ଦେଇମଧ୍ୟ ଟଙ୍କା ଫେରସ୍ତ କରି ନ ଥିବା ଦୃଢ଼ ଅଭିଯୋଗ ଆସିଛି । ଏହି କର୍ମରେ ଆଜି ଜମାକାରୀମାନେ ସବଡେଗା ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ମିଳିତ ବିକ୍ଷୋଭରେ ସବଡେଗା ମଞ୍ଚ ସଭାପତି ଭାସ୍କର ଜୟପୁରିଆଙ୍କ ନେତୃତ୍ୱରେ ଶତାଧିକ ଜମାକାରୀ ଉପସ୍ଥିତ ଥିଲେ ।

Related Posts

About The Author

Add Comment