ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କୁ ନେଇ ଉଠୁଛି ପ୍ରଶ୍ନ? ରୋଗୀ ଅସନ୍ତୋଷ

Spread the love

    ସୁନ୍ଦରଗଡ଼ ତା୧୫-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ )ସବଡେଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚାଲିଛି ସ୍ବାସ୍ଥ୍ୟ କୁ ନେଇ ଅନିୟମିତତା  l ପାଇଥିବା ସୂଚନା ଅନୁସାରେ ସକାଳ ସମୟ ୮ଟା ରୁ ୧୨ଟା ପର୍ଯ୍ୟନ୍ତ ସକାଳ ସମୟ ଓ ଅପରାହ୍ନ ୩ଟା ରୁ ୫ଟା ସମୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ରହୁଛନ୍ତି l  କିନ୍ତୁ ସମୟ ରେ ଡାକ୍ତର ନ ରହିବା ଯୋଗୁଁ   ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ରେ ଅସୁବିଧା ହେଉଥିବା ରୋଗୀଙ୍କ ସୂତ୍ରରୁ ଜଣାପଡିଛି । l ଜରୁରୀ କାଳୀନ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ଙ୍କ ଘର କୁ  ଯିବା ପାଇଁ ପଡି ଥାଏ ବୋଲି ମଧ୍ୟ୍ୟ ଜନ ସାଧାରଣ କହିଥିବା ସୂଚନା ମିଳିଛି l ଥଣ୍ଡା ଦିନ ହେଉ କିମ୍ବା ବର୍ଷା ଦିନ ଅଥବା ଖରା ଦିନ ସବୁ ସମୟ ରେ ଲୋକେ ନା ନା ରୋଗ ତଥା ଦୁର୍ଘଟଣା ର ସମ୍ବୁଖ ହେଉଥିଲା ବେଳେ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ରହିବା ବଡ଼ ପ୍ରଶ୍ନ ? ରୋଗୀ ଡାକ୍ତର ଖାନା କୁ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରିବା, ଔଷଧ ନେବା ପାଇଁ ଆସି ଘଣ୍ଟା ଅପେକ୍ଷା କରିବା ରୋଗୀ ପାଇଁ ପାଇଁ କେତେ କଷ୍ଟ କର ତାହା  ସାଧାରଣରେ ଚର୍ଚ୍ଚା ହେଉଛି  l ପ୍ରଶାସନ ଙ୍କ କହିବା ହିସାବ ରେ ଡାକ୍ତର ଖାନା ୨୪ଘଣ୍ଟା ଖୋଲା ଅଛି କିନ୍ତୁ ଡାକ୍ତର ଠିକ ହିସାବରେ ରହୁ ନ ଥିବା ରୋଗୀଙ୍କ ଚିକିତ୍ସାରେ ଚିନ୍ତା ବଢ଼ାଇବାରେ ଲାଗିଛି ।l ଏଥି ପାଇଁ ଜନ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l   ତା ସହିତ ଏହି ସ୍ବାସ୍ଥ୍ୟ କେନ୍ଦ୍ର କୁ ପଡ଼ିଆହି ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ ର ସୀମାନ୍ତ ଅଞ୍ଚଳ ନିର୍ଭର କରୁଥିବା ସହିତ ବାଲିଶଙ୍କରା ବ୍ଲକ  ର ପ୍ରତ୍ୟେକ ସାଧାରଣ ଜନତା ନିର୍ଭର କରନ୍ତି ।ହେଲେ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ଥର ଅଭିଯୋଗ ପରେ ମଧ୍ୟ ରୋଗୀଙ୍କ ପାଇଁ  ଏକ୍ସ-ରେ ର ସୁବିଧା ନ ହେବା ଓ ଭେଣ୍ଟିଲେଶନ ର ସୁବିଧା ନ ହେବା ପ୍ରଶ୍ନ ଘେରରେ ରହିଛି ।  ଏ ସବୁର ସୁବିଧା ନ କରି ସରକାର ଆଉ ଲକ୍ଷ ଲକ୍ଷ ଟଙ୍କାର  ଆୟୁଶ୍ମାନ ଆରୋଗ୍ୟ ଗୃହ ନୂତନ ନିର୍ମାଣ କରୁଛନ୍ତି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।  ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ  ରୋଗୀଙ୍କ ପାଇଁ ସମସ୍ତ ସୁବିଧା ବ୍ୟବସ୍ଥା ନ କରି  ସରକାର ଠିକାଦାର ପୋଷା ନୀତି ଅବଲମ୍ବନ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସହି ଅନ୍ୟାନ୍ୟ ଷ୍ଟାଫ  ସବୁ ସମୟରେ କମ ରହୁଥିବା ବେଳେ ନୂତନ ଆୟୁଶ୍ମାନ ଆରୋଗ୍ୟ କେନ୍ଦ୍ର କାହାପାଇଁ ତାହା ଆଗାମୀ ଦିନରେ ଏକ ବଡ ପ୍ରଶ୍ନ ? ପ୍ରତିଟି ମୁହୂର୍ତ୍ତରେ ଦୁର୍ଘଟଣା ସହିତ ରୋଗୀ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କେବଳ  ଫାଷ୍ଟଟେଡ ଦେଇ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ଏକ ରୀତିମତ ଘଟଣା ହେଉଥିବା ବେଳେ ଜନଅସନ୍ତୋଷ  ଦେଖାଦେଉଥିବା ଜଣାପଡିଛି । ଅତିଶିଘ୍ର ରୋଗୀଙ୍କ ଆବଶ୍ୟକତା କୁ ଆଖି ଆଗରେ ରଖି ଭେଣ୍ଟି ଲେଟର, ସହିତ ଏକ୍ସ-ରେ ର ସୁବିଧା କରିବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment