ସୁନ୍ଦରଗଡ ତା:୨୯/୮/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ସବଡେଗା ବ୍ଲକ ଅନ୍ତର୍ଗତ ଗାଇବିରା ଉଚବିଦ୍ୟାଳୟ ଖେଳପଡ଼ିଆରେ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଅନ୍ତ ଫୁଟବଲ ଟୁନାମେଣ୍ଟ ଆଜି ଉତଯାପିତ ହୋଇଯାଇଛି । ଜିଲ୍ଲା କ୍ରୀଡା ସାଂସଦ ଓ ବାଂକୋପଡା ଜୟ କିଷାନ କ୍ଲବର ମିଲିତ ଆନୁକୂଲ୍ୟରେ ସବଡେଗା ବ୍ଲକର ୧୪ ଗୋଟି ପଂଚାୟତର ୨୪ଟି ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ସୁନ୍ଦରଗଡ ଜିଲ୍ଲାର ବରିଷ୍ଠ ଓକିଲ ଶ୍ରୀଯୁକ୍ତ ଦୁଷ୍ମନ୍ତ ନାଏକ ଯୋଗଦେଇ ଆମ ଅଞ୍ଚଳର ଖେଳାଳିମାନେ କିପରି ଆଗକୁ ବିଶ୍ୱରେ ସୁନ୍ଦରଗର ଜିଲ୍ଲାର ନାମ ସ୍ଵର୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ସେ ବିଷୟରେ ଆହ୍ୱାନ ଦେଇଥିଲେ । ସମ୍ମାନନୀୟ ଅତିଥିରୁପେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ ଭୋଳଙ୍କ ସହିତ ଏମଡି ଜମିଲଉଦ୍ଦିନ, ଏମଡି ଜାଭିର ହୁସେନ,ଆଲୋକ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାରୁପେ ଅନୀଲ ବେହେରା ଯୋଗଦେଇ ଖଳାଳୀଙ୍କୁ ଉତ୍ସାହିତ କରିଥିଲେ । ଜମୁନା ଏସଟି ଦଳ ସହ କରଲାଘାଟି ଫୁଟବଲର ନିର୍ଣ୍ଣାଏକ ଖେଳ ହୋଇଥିବା ବେଳେ ଖେଳ ଅତି ସଂଘର୍ଶପୂର୍ଣ ହୋଇଥିଲା ।ଶେଷରେ ଯମୁନା ଦଳ ବିଜୟୀ ହୋଇଥିଲେ । ବିଜେତା ଦଳକୁ ୭ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେଟ ଦଳକୁ ୫ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଉଥିଲା ।ଶେଷରେ ମନୋଜ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।
ସବଡେଗା ଗାଇବିରାରେ ଅନୁଷ୍ଠିତ ପଞ୍ଚ ଦିବସିୟ ଫୁଟବଲ ଟୁର୍ନାମେଣ୍ଟ ଉତଯାପିତ,ଯମୁନା ଦଳ ଚାମ୍ପିଆନ
|
August 30, 2021 |



