ସୁନ୍ଦରଗଡ ତା:୧୨/୧୨/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସବଡେଗା ବ୍ଲକର କୃଷି ଅଫିସ ରାଜ୍ୟ ରାଜପଥ ୨୪ ଉପରେ ହୋଇଥିବା ବେଳେ କୃଷକଙ୍କ ସୁବିଧା ଉପରେ ନଜର ନାହିଁ । ଅଫିସ ଗେଟ୍ କୁ ଅନୁଧ୍ୟାନ କଲେ ଜଣାପଡେ ଅନେକ ସମୟ ଧରି ଅଫିସ ଆସୁ ନଥିବା ସୂତ୍ରରୁ ପ୍ରକାଶ । ଅଫିସ ଗେଟର ରକ୍ଷଣାବେକ୍ଷଣ ନ ହେବା କାରଣରୁ ଅଫିସ ପରିପାର୍ଶ୍ଵ ର ସ୍ଥିତି ନ କହିବା ଭଲ । ସତେ ଯେପରି କୃଷି ଅଫିସ ପାଲଟିଛି ସରୀସୃପ ଙ୍କ ପୃଷ୍ଠ ଭୂମି । ନିୟମିତ ଭାବରେ ନିଜ କାର୍ଯ୍ୟ ନିର୍ବାହ ନ କରିବା ଓ ଅଫିସ କର୍ମଚାରୀ ସହିତ ବିଭାଗୀୟ କତୃପକ୍ଷ ନିଜ ନିଜର ସ୍ବାର୍ଥ ସାଧିତ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଭାଗୀୟ କତୃପକ୍ଷଙ୍କ ଉଦାସୀନ ମନୋଭାବ ଯୋଗୁଁ ଅଞ୍ଚଳ ର ଚାଷୀ ସୁବିଧାରୁ ବଞ୍ଚିତ ରହୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଗତ ଅନେକ ସମୟ ଧରି ଏପରି ପରିବେଶ ସୃଷ୍ଟି ହେବା କାରଣରୁ ସବଡେଗା ଅଞ୍ଚଳ ର ଚାଷୀ ସରକାରଙ୍କ ପ୍ରତ୍ୟେକ ଚାଷ ଜନିତ ଲାଭରୁ ବଞ୍ଚିତ ରହୁଥିବା ଅଭିଯୋଗ କରିଆସୁଥିବା ଦେଖିବାକୁ ମିଳିଛି। ଏଥିପ୍ରତି ଅତିଶିଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ସବଡେଗା କୃଷି ଉଦ୍ୟାନ ଅଫିସ୍ ପାଲଟିଛି ସରିଶୃପଙ୍କ ପୃଷ୍ଠ ଭୂମି
|
December 12, 2025 |



